ଲାଇଟ ଲଗା ଶାଢ଼ୀ ପିନ୍ଧି ଆକାଶର ତାରା ପରି ଚକମକ କରୁଛନ୍ତି ମହିଳା, ଦେଖନ୍ତୁ ଭିଡିଓ

ବଲିଉଡ ବାଦଶାହ ଅମିତାଭ ବଚ୍ଚନ “ୟରାନା” ଫିଲ୍ମର ଲୋକପ୍ରିୟ ଗୀତ “ସାରା ଜମାନା.. ହସିନୋ କା” ରେ ଲାଇଟ ଲଗା କଷ୍ଟ୍ୟୁମ ପିନ୍ଧି ଚର୍ଚ୍ଚାକୁ ଆସିଥିଲେ । ଏହା ପରଠାରୁ ବିଭିନ୍ନ ଷ୍ଟେଜ ପ୍ରୋଗ୍ରାମଗୁଡିକରେ ପରଫର୍ମର ମାନେ ଲାଇଟ ଲଗା ଡ୍ରେସ ପିନ୍ଧି ପରଫରମାନ୍ସ ଦେବା ଆରମ୍ଭ କରିଥିଲେ । କିନ୍ତୁ ଆପଣ କେବେ ଭାବିଥିଲେକି ଲାଇଟ ଲଗା ଶାଢ଼ୀ ବି ଦିନେ ଲୋକଲୋଚନକୁ ଆସିବ ବୋଲି । କିନ୍ତୁ ଏହି କଥା ଏବେ ଦେଖିବାକୁ ମିଳିଛି ଓ ସୋସିଆଲ ମିଡିଆରେ ବି ଏନେଇ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓଟିକୁ ଯଦି ଦେଖିବେ ତେବେ ଜାଣି ପାରିବେ ଯେ, ଜଣେ ମହିଳା ଲାଇଟ ଲଗା ହଳଦିଆ ଶାଢ଼ୀଟିଏ ପିନ୍ଧିଛନ୍ତି । ଶାଢ଼ୀଟି ଯେମିତି ଆକାଶରେ ତାରା ପରି ଚକମକ କରୁଛି ।

ଆଉ ତାଙ୍କୁ ଦେଖି ଆଖପାଖରେ ଠିଆ ହୋଇଥିବା ମହିଳା ମାନେ ହସି ହସି ଗଡି ଯାଉଛନ୍ତି । ଆଉ ଏହାକୁ କ୍ୟାମେରାରେ ତୋଳି ଧରିଛନ୍ତି ଜଣେ ଅଜଣା ଯୁବକ । କିନ୍ତୁ ଭିଡିଓଟି କେଉଁଠି ଆଉ କେବେ ସୁଟ୍‌ ହୋଇଛି ସେବିଷୟରେ ସଠିକ ତଥ୍ୟ ମିଳି ପାରିନାହିଁ । ଭିଡିଓଟିକୁ ଟ୍ୱିଟର ୟୁଜର @Puneet Vuneet ସେୟାର କରିଥିବା ବେଳେ ଏହାର କ୍ୟାପ୍ସନରେ ସେ ଲେଖିଛନ୍ତି “ବଦନ ପେ ସିତାରେ ଲପେଟେ ହୁଏ” । ଆଉ ଭିଡିଓ ଉପରେ ଆର୍ଟିକଲ ଲେଖାଯିବା ପରେ ଏହା ବହୁଳ ଭାବେ ସେୟାର ହୋଇଛି । ଏହାକୁ ୬୮୬ଜଣ ଦେଖିଥିବା ବେଳେ ୫୧ଟି ଲାଇକ ମିଳିସାରିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.