ଟୋୟୋଟା ଲଞ୍ଚ କଲା ସେଲ୍ଫ ଚାର୍ଜ ହେଉଥିବା ହାଇବ୍ରିଡ଼ ଇଲେକ୍ଟ୍ରିକ କାର ‘ଭେଲଫାୟାର’ ଜାଣନ୍ତୁ ଏହାର ଫିଚର୍ସ

ଟୋୟୋଟା କିର୍ଲୋସ୍କର ମୋଟର ନିଜର ହାଇବ୍ରିଡ଼ ଇଲେକ୍ଟ୍ରିକ କାର ‘ଭେଲଫାୟାର’କୁ ଭାରତୀୟ ବଜ୍ରରେ ଲଞ୍ଚ କରିଛି । କମ୍ପାନୀର ଏହି ଲଗଜୁରି କାର ନିଜେ ଚାର୍ଜ ହୋଇଥାଏ । ଏହି କାରରେ ତେଲର ବ୍ୟବହାର କମ ହେବା ସହିତ ପ୍ରଦୂଷଣ ମଧ୍ୟ କମ ହୋଇଥାଏ ଏବଂ କାର୍ବନ ଉତ୍ସର୍ଜନ କମ ହୋଇଥାଏ । ଏଥିରେ ଅଢେଇ ଲିଟରର ଚାରୋଟି ସିଲିଣ୍ଡର ଵାଲା ଗ୍ୟାସଲିଂ ହାଇବ୍ରିଡ଼ ଇଂଜିନ ରହିଛି ଯାହାକି ୧୧୫ ଏଚପିର କ୍ଷମତା ପ୍ରଦାନ କରିଥାଏ ।

Toyota Vellfire launched: Big brother of Innova Crysta is priced at Rs. 79.5 lakh

କମ୍ପାନୀର କହିବା ଅନୁଯାୟୀ ଭେଲଫାୟାର ଇଂଜିନରେ ଦୁଇଟି ଇଲେକ୍ଟ୍ରିକ ମୋଟର ଏବଂ ଏକ ହାଇବ୍ରିଡ଼ ବ୍ୟାଟେରୀ ମଧ୍ୟ ରହିଛି ଯାହା ଊତ୍ସର୍ଜନକୁ କମ କରିଥାଏ । କମ୍ପାନୀର ଏସବିପି ନବୀନ ସୋନିଙ୍କ କହିବା ଅନୁଯାୟୀ ଏହି ଗାଡିର ଦର ୭୯.୫ ଲକ୍ଷ ଟଙ୍କା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.