Below header

୨ଘଣ୍ଟା ବିଳମ୍ବ ହେଲା ଟିକେଟ୍‌ ବୁକିଂ, ସନ୍ଧ୍ୟା ୬ଟାରୁ ପୁଣି ଥରେ କରିପାରିବେ ବୁକ୍‌

କରୋନା ଲକ୍‌ଡାଉନ୍‌ ଯୋଗୁ ଦୀର୍ଘଦିନ ଧରି ବନ୍ଦ ହୋଇ ରହିଥିବା ଟ୍ରେନ୍‌ ଚଳାଚଳ ପାଇଁ ଆଜିଠୁ ଆରମ୍ଭ ହୋଇଛି ବୁକିଂ। ଏତେ ଦିନ ପରେ ବୁକିଂ ଆରମ୍ଭ ହୋଇଥିବାରୁ ଏକକାଳୀନ ହଜାର ହଜାର ଲୋକ ଟିକେଟ୍‌ ବୁକିଂ କରିଛନ୍ତି। ଏଣୁ ଇଣ୍ଡିଆନ୍‌ ରେଲେଓ୍ଵର ୱେବସାଇଟ୍‌‌ କ୍ରାସ୍‌ ହୋଇଯାଇଛି। ତେବେ ପୁନଶ୍ଚ ବୁକିଂ ପ୍ରକ୍ରିୟା ଆଜି ସନ୍ଧ୍ୟା ୬ ଟାରୁ ଆରମ୍ଭ ହେବ ବୋଲି ରେଳ ବିଭାଗ ତରଫରୁ ସୂଚନା ଦିଆଯାଇଛି।

trains

ସୂଚନାଯୋଗ୍ୟ ଯେ ସରକାରଙ୍କ ତରଫରୁ କେତେକ ସ୍ପେଶାଲ ଟ୍ରେନ୍‌ ଚାଲୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଆଜି ଅପରାହ୍ନ ୪ଟାରୁ ଟିକେଟ୍‌ ବୁକିଂ ଆରମ୍ଭ ହୋଇଥିଲା। କିନ୍ତୁ ଏକକାଳୀନ ଲକ୍ଷ ଲକ୍ଷ ଲୋକ ଗୋଟିଏ ସାଇଟ୍‌ ଖୋଲିବା ଯୋଗୁ ଏହା କ୍ରାସ୍‌ ହୋଇଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲୁ ରହିଥିବା ସୂଚନା ଦେଇଛି ରେଳ ବିଭାଗ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.