Below header

ହ୍ୟାକ୍ ହେଉଛି ଆଧାର ସଫ୍ଟୱେୟାର, ମାତ୍ର ୨୫୦୦ ଟଙ୍କାରେ ବିକ୍ରି ହେଉଛି ଭାରତୀୟଙ୍କ ନକଲି ପରିଚୟ ପତ୍ର !

ଯେ କୌଣସି ବ୍ୟକ୍ତି ନକଲି ଆଧାର କାର୍ଡ ତିଆରି କରିପାରିବ

ପୁଣି ଥରେ ଆଧାରର ସୁରକ୍ଷାକୁ ନେଇ ପ୍ରଶ୍ନ । ମାତ୍ର ୨୫୦୦ଟଙ୍କାରେ ହ୍ୟାକ୍ ହୋଇପାରୁଛି ଆଧାରର ସଫ୍ଟୱେୟାର । ଏବଂ ହ୍ୟାକିଂ ପରେ ଆଧାର ସଫ୍ଟେଓ୍ଵର୍‌ ‘ପ୍ୟାଚ୍‌’କୁ ବିକ୍ରି କରାଯାଉଛି । ଏହି ପ୍ୟାଚ୍‌କୁ ବ୍ୟବହାର କରି ଜଣେ ବ୍ୟକ୍ତି ଯେ କୌଣସି ସ୍ଥାନରେ ରହି ନକଲି ଆଧାର କାର୍ଡ ତିଆରି କରିପାରିବ ବୋଲି ଦାବି କରିଛି ହଫ୍‌ପୋଷ୍ଟ ଇଣ୍ଡିଆ ।

ରିପୋର୍ଟରେ ଦର୍ଶାଯାଇଛି ଯେ ଆଧାର ଡାଟାବେସ୍‌ର ସୁରକ୍ଷା ନିମନ୍ତେ ଥିବା ସଫ୍ଟୱେୟାର ପ୍ୟାଚ୍‌ରେ ହିଁ ଛିଦ୍ର ରହିଛି। ୟୁଆଇଡିଏଆଇ ଦ୍ୱାରା ଏହି ପ୍ୟାଚ୍‌କୁ ବିକଶିତ କରାନଯାଇ ଡାଟାବେସ୍‌ରେ ବ୍ୟବହାର କରାଯାଇଛି। ଏହି ପ୍ୟାଚ୍‌କୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତି ଆଧାର ଆଇଡି ତିଆରି କରିପାରିବ।

ଏହା ସହ ପଢନ୍ତୁ ଟାଟାସ୍କାଏ ବ୍ଯବହାରକାରୀ ସାବଧାନ ! ଆସନ୍ତା ମାସରୁ ପ୍ରସାରିତ ହେବ ନାହିଁ ୬୭ରୁ ଅଧିକ ଚ୍ଯାନେଲ୍


ଅନ୍ଯପଟେ ହଫ୍‌ପୋଷ୍ଟ ଇଣ୍ଡିଆର ଏହି ରିପୋର୍ଟକୁ ଖଣ୍ଡନ କରିଛି ୟୁଆଇଡିଏଆଇ । ଏହି ରିପୋର୍ଟ ଆଧାରହୀନ ଏବଂ ଏଥିରେ କୌଣସି ସତ୍ଯତା ନାହିଁ ବୋଲି କହିଛି ୟୁଆଇଡିଏଆଇ । କିଛି ଲୋକ ଜାଣିଶୁଣି ଏଭଳି ଗୁଜବ କରି ଭ୍ରମ ସୃଷ୍ଟି କରିବାକୁ ଚାହୁଁଛନ୍ତି ବୋଲି କହିଛି ୟୁଆଇଡିଏଆଇ । ଯେ ପର୍ଯ୍ୟନ୍ତ କୌଣସି ଲୋକ ନିଜ ବାୟୋମେଟ୍ରିକ୍‌ ତଥ୍ୟ ଦେଇନାହାନ୍ତି, ତାଙ୍କ ଆଧାରକୁ ସଂଶୋଧନ କରାଯାଇ ପାରିବ ନାହିଁ କିମ୍ବା କେହି ତାଙ୍କର ଆଧାର ଆଇଡି ତିଆରି କରିପାରିବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.