ଆସାମ ସମେତ ଉତ୍ତରପୂର୍ବ ଭାରତରେ ଭୂକମ୍ପ

ଆସାମ (କେନ୍ୟୁଜ୍) : ଆସାମ ସମେତ ପୂରା ଉତ୍ତରପୂର୍ବ ଭାରତରେ ମୃଦୁ ଭୂକମ୍ପ । ଆସାମ କୋକ୍ରାଝରରେ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୬ ଥିଲା । କୋଲକାତା ସମେତ ପଶ୍ଚିମବଙ୍ଗର ପ୍ରାୟ ସବୁ ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଛି । ବିହାର ଏବଂ ଅରୁଣାଚଳ ପ୍ରଦେଶରେ ମଧ୍ୟ ଭୂକମ୍ପ ଅନୁଭୁତ ହୋଇଛି । ତେବେ କୌଣସି ସ୍ଥାନରୁ କ୍ଷୟକ୍ଷତି ରିପୋର୍ଟ ବର୍ତ୍ତମାନ ସୁଦ୍ଧା ଆସି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.