Below header

ବଜେଟ 2020: ୬ ଲକ୍ଷ ଅଙ୍ଗନବାଡି କାର୍ଯ୍ୟକର୍ତ୍ତାଙ୍କୁ ମିଳିବ ସ୍ମାର୍ଟଫୋନ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ମୋଦି ସରକାର କାର୍ଯ୍ୟକାଳର ଦ୍ଵିତୀୟ ବଜେଟ ଉପସ୍ଥାପନା କରିଛନ୍ତି । ଅର୍ଥମନ୍ତ୍ରୀ ନିଜ ବଜେଟ ଭାଷଣରେ ମତ୍ସ୍ୟଜୀବୀଙ୍କଠୁ ନେଇ କୃଷକ ମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ସେ ଟେକ୍ନୋଲୋଜି ଏବଂ ଡିଜିଟାଲ ଇଣ୍ଡିଆକୁ ନେଇ ମଧ୍ୟ ଅନେକ ବଡ଼ ବଡ଼ ଘୋଷଣା କରିଛନ୍ତି ଯେଉଁଥିରେ ମୋବାଇଲ ପ୍ରଡକ୍ସନକୁ ବୃଦ୍ଧି କରିବା ଭଳି ଘୋଷଣା ମଧ୍ୟ ସାମିଲ କରାଯାଇଛି । ତାହେଲେ ଆସନ୍ତୁ ଜାଣିବା ବିସ୍ତୃତ ଭାବେ..

Image result for union-budget-2020"

  • MSMEsକୁ ଅଧିକ ଚ୍ୟାଲେଞ୍ଜିଙ୍ଗ ବନାଇବା ପାଇଁ National Logistics Policy ତିଆରି କରାଯାଇଛି ।
  • ୫ଟି ନୂଆ ସ୍ମାର୍ଟ ସହର ତିଆରି କରାଯିବ ।
  • ମୋବାଇଲ ଫୋନ, ଇଲେକ୍ଟ୍ରୋନିକ ଉପକରଣ ଓ ସେମି କଣ୍ଡକ୍ଟର ପ୍ୟାକେଜିଙ୍ଗର ନିର୍ମାଣକୁ ବୃଦ୍ଧି କରିବା ପାଇଁ ନୂଆ ଯୋଜନାର ପ୍ରସ୍ତାବ ।
  • ନିବେଶକୁ ସହଜ କରିବା ପାଇଁ ଚେଷ୍ଟା ।
  • ଯୁବ ଇଂଜିନିୟର ମାନଙ୍କୁ ସ୍ଥାୟୀ ମ୍ୟୁନିସିପାଲଟି ଅଧୀନରେ ଇଣ୍ଟର୍ଣ୍ଣସିପର ସୁଯୋଗ ଦିଆଯିବ ।
  • କୃଷି ନିର୍ଯାତ ପାଇଁ ବିମାନ ମନ୍ତ୍ରଣାଳୟ ପକ୍ଷରୁ କୃଷି ଉଡାନ ଯୋଜନା ଆରମ୍ଭ କରାଯିବ ।
  • ଡିଜିଟାଲ ଇଣ୍ଡିଆକୁ ବୃଦ୍ଧି କରିବା ପାଇଁ ନୂଆ ଯୋଜନା
  • ୬,୦୦,୦୦୦ ଅଙ୍ଗନବାଡି କାର୍ଯ୍ୟକର୍ତ୍ତାଙ୍କୁ ସ୍ମାର୍ଟଫୋନ ଦିଆଯିବ ।
  • ଇଣ୍ଟରନେଟ କନେକ୍ଟିଭିଟି ବୃଦ୍ଧି କରିବା ପାଇଁ ଭାରତନେଟରେ ୬୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ।
  • ପୁରୁଣା ବିଜୁଳି ମିଟର ସ୍ଥାନରେ ନୂଆ ସ୍ମାର୍ଟ ମିଟର ଲଗାଯିବା ପାଇଁ ପ୍ରସ୍ତାବ ।
  • ଏକ ଲକ୍ଷ ଗ୍ରାମ ପଞ୍ଚାୟତକୁ ଭାରତନେଟ ଦ୍ୱାରା କନେକ୍ଟ କରାଯିବ ।
  • ଦେଶରେ ଡାଟା ସେଣ୍ଟର ପାର୍କ ବନାଇବା ପାଇଁ ପ୍ରସ୍ତାବ ।

Image result for union-budget-2020"

ତେବେ ଅର୍ଥମନ୍ତ୍ରୀ ମୋବାଇଲ ଫୋନ ଓ ଇଲେକ୍ଟ୍ରୋନିକ ଉପକରଣର ପ୍ରଡକ୍ସନକୁ ବୃଦ୍ଧି କରିବା ପାଇଁ ଘୋଷଣା କରିଛନ୍ତି । ଏପରିସ୍ଥଳେ ପୂର୍ବ ଅପେକ୍ଷା ମୋବାଇଲ ଫୋନ ଶସ୍ତା ହୋଇପାରେ । ଏହା ବ୍ୟତୀତ କମ ଦାମର ସ୍ମାର୍ଟଫୋନରେ ମଧ୍ୟ ପ୍ରିମିୟମ ଫିଚର୍ସ ମିଳିବାର ସମ୍ଭାବନା ରହିଛି । ଇଲେକ୍ଟ୍ରୋନିକ ଉପକରଣର ନିର୍ମାଣକୁ ନେଇ ମଧ୍ୟ ସରକାର ସାହାଯ୍ୟ କରିବା ପାଇଁ କହିଛନ୍ତି । ଏହାସହ ଟିଭି, ଫ୍ରିଜ, କୁଲର ଓ ଏସି ପ୍ରିମିୟମ ଫିଚର ସହିତ କମ ଦାମରେ ମିଳିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.