Below header

BSNLରୁ ଏକକାଳୀନ ସ୍ୱେଚ୍ଛାକୃତ ଅବସର ନେଲେ ୭୮,୦୦୦ କର୍ମଚାରୀ, ଜାଣନ୍ତୁ କେତେ ଟଙ୍କା ପାଇବେ ସେମାନେ

ବିଏସ୍‌ଏନ୍‌ଏଲ୍‌ର ୭୮ ହଜାରରୁ ଊର୍ଦ୍ଧ୍ୱ କର୍ମଚାରୀ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିଛନ୍ତି। ବର୍ତ୍ତମାନ କ୍ଷତିରେ ଚାଲୁଥିବା ବିଏସ୍‌ଏନ୍‌ଏଲ୍‌ କମ୍ପାନୀରୁ କର୍ମଚାରୀଙ୍କୁ ଦରମା ଦେଇ ନପାରିବାରୁ ଏଭଳି ସ୍ୱେଚ୍ଛାକୃତ ଅବସର ନେବାକୁ ବାଧ୍ୟ କରିଥିବା ଜଣାଯାଇଛି।

Image result for bsnl-mass-retirement

ସ୍ୱେଚ୍ଛାକୃତ ଅବସର ଘୋଷଣା କରିବା ବେଳେ ବିଏସ୍‌ଏନ୍‌ଏଲ୍‌ରେ ୧,୫୩,୨୦୦ ଜଣ କର୍ମଚାରୀ ଥିଲେ। ସେମାନଙ୍କ ମଧ୍ୟରୁ ୫୦ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଅବସର ନେବାକୁ ପରାମର୍ଶ ଦିଆଯାଇଥିଲା। କ୍ଷତିପୂରଣ ଭାବେ କର୍ମଚାରୀଙ୍କ ୪୦ ମାସର ଦରମାର ୧୨୫ ପ୍ରତିଶତ ଦିଆଯିବ। କର୍ମଚାରୀଙ୍କୁ ମୋଟ ୭୦ ହଜାର କୋଟି ଟଙ୍କା ଦିଆଯିବ ବୋଲି ଜଣାଯାଇଛି। ସେବା ନିବୃତ୍ତ କର୍ମଚାରୀଙ୍କୁ ୧୭,୧୬୮ କୋଟି ଟଙ୍କା ଏକ୍ସ-ଗ୍ରାଟିଆ ବା କ୍ଷତିପୂରଣ ରାଶି ଭାବେ ଦିଆଯିବ। ସେହିପରି ପେନ୍‌ସନ୍‌ ଆଲର୍ଟମେଣ୍ଟ ଭାବେ କର୍ମଚାରୀଙ୍କୁ ୧୭,୧୬୯ କୋଟି ଟଙ୍କା ଦିଆଯିବ। ଏକ୍ସ-ଗ୍ରାଟିଆର ଟଙ୍କା କର୍ମଚାରୀଙ୍କ ୩୫ ଦିନର ଦରମା ସହ ସମାନ ଓ ଏଥିରେ ୨୫ ଦିନର ଚାକିରିର ଦରମା ବି ରହିଛି, ଯେ ପର୍ଯ୍ୟନ୍ତ କର୍ମଚାରୀ ଚାକିରିକୁ ଅବସର ନେଇ ନାହାନ୍ତି।

Image result for bsnl-mass-retirement

ତେବେ କୌଣସି ସରକାରୀ ସଂସ୍ଥାରୁ ଏତେ ସଂଖ୍ୟକ କର୍ମଚାରୀଙ୍କ ଏଭଳି ଏକକାଳୀନ ସ୍ୱେଚ୍ଛାକୃତ ଅବସର ଭାରତରେ ପ୍ରଥମ ବୋଲି ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.