Below header

କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଏହି ପଦବୀ ପାଇଁ ତୁରନ୍ତ କରନ୍ତୁ ଆବେଦନ, ଦରମା ମିଳିବ ୧.୭୭ ଲକ୍ଷ ଟଙ୍କା

ରାଜଧାନୀ ଦିଲ୍ଲୀ ଏନସିଟି ପକ୍ଷରୁ ସରକାରୀ ହୋମିଓପାଥି ମେଡିକାଲ ଅଫିସର ପଦ ପାଇଁ ବିଜ୍ଞାପନ ଜାରି କରାଯାଇଛି । କେନ୍ଦ୍ରୀୟ ଲୋକ ସଭା ଆୟୋଗ ବା ୟୁପିଏସସି ଦ୍ୱାରା ପରିଚାଳିତ ଏହି ଆବେଦନର ସୂଚନା upsconline.nic.in ସାଇଟରେ ଜାରି ହୋଇଛି । ସୂଚନା ଅନୁଯାୟୀ ମେଡିକାଲ ଅଫିସର ପଦ ପାଇଁ ସମୁଦାୟ ୭ଟି ପଦ ଖାଲି ରହିଛି । ଚୟନ ପ୍ରକ୍ରିୟା ଶେଷ ପରେ ଗ୍ରେଡ଼ ଏ, ସ୍ତର -୧୦
ଅନୁଯାୟୀ କୃତ୍ତି ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ଜାରି ହୋଇଥିବା ସୂଚନା ଅନୁଯାୟୀ, ସ୍ଥାୟୀ ଭବରେ ଭର୍ତ୍ତି ପାଇଁ ଏହି ନିଯୁକ୍ତି ପ୍ରକ୍ରିୟା ଜାରି ହୋଇଥିବା ବେଳେ ଚୟନ ପ୍ରକ୍ରିୟାରେ ଉର୍ତ୍ତୀର୍ଣ୍ଣ ପ୍ରାର୍ଥୀଙ୍କୁ ଏକ ବର୍ଷ ପାଇଁ ପ୍ରୋବେସନ ଭାବରେ ହିଁ ପ୍ରଥମେ ନିଯୁକ୍ତି ଦିଆଯିବ । ନିଯୁକ୍ତି ଦିଆଯିବା ପରେ ସପ୍ତମ ବେତନ କମିଶନ ଆଧାରରେ ୫୬,୧୦୦ ହଜାରରୁ ଏକ ଲକ୍ଷ ୭୭ ହଜାର ୫୦୦ ଟଙ୍କା ପର୍ଯ୍ୟନ୍ତ ମାସିକ ବେତନ ଆଧାରରେ ନିଯୁକ୍ତି ମିଳିବ ।

medical post

ଯେଉଁଥିରେ ମହଙ୍ଗା ଭତ୍ତା( ଡ଼ିଏ), ହାଉସ ରେଂଟ ( ଏଚଆରଏ) ସମେତ ଅନ୍ୟାନ ଭତ୍ତା ମଧ୍ୟ ସାମିଲ ରହିବ । କିନ୍ତୁ ଆବେଦନ ପ୍ରକ୍ରିୟାରେ ଭାଗ ନେବା ପାଇଁ ଆଶାୟୀଙ୍କ ନିକଟରେ ହୋମିଓପାଥି କେନ୍ଦ୍ରୀୟ ପରିଷଦ ଅଧିନିୟମ, ୧୯୭୩ ଅନୁଯାୟୀ କୌଣସି ମାନ୍ୟତା ପ୍ରାପ୍ତ ବିଶ୍ୱ ବିଦ୍ୟାଳୟ ବା କୌଣସି ରାଜ୍ୟ ବୋର୍ଡରୁ ଡିଗ୍ରୀ ସାର୍ଟିଫିକେଟ ଥିବା ନିହାତି ଆବଶ୍ୟକ । ସାଧାରଣ ବା ଇଡ଼ବ୍ଳ୍ୟୁଏସ କ୍ୟାଟେଗୋରୀର ଆଶାୟୀଙ୍କ ପାଇଁ ବୟସ ସୀମା ୩୫ ବର୍ଷ ରଖାଯାଇଥିବା ବେଳେ ସଂରକ୍ଷିତ ବର୍ଗର ଆଶାୟୀଙ୍କ ପାଇଁ ସର୍ବାଧିକ ବୟସ ସୀମା ୪୦
ବର୍ଷ ରଖାଯାଇଛି । ଏଥିପାଇଁ ଇଛୁକ ଥିବା ପ୍ରାର୍ଥୀ ଉପରୋକ୍ତ ଅଫିସିଆଲ ୱେବ ସାଇଟକୁ ଯାଇ ସେପ୍ଟେମ୍ବର ୧୦ ମଧ୍ୟରାତ୍ରି ସମୟସୀମା ମଧ୍ୟରେ ଆବେଦନ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.