ଟାଟୁ କରିବା ସମୟରେ ଶହନାଜ୍ ଗିଲଙ୍କୁ ଲାଗିଲା କରେଣ୍ଟ, ତା’ପରେ ଯାହା ଅବସ୍ଥା ହେଲା ଦେଖନ୍ତୁ ଭିଡିଓ

ବିଗବସ୍ ୧୩ର ଲୋକପ୍ରିୟ ପ୍ରତିଯୋଗୀ ଶହନାଜ୍ ଗିଲ୍ ନିଜର ଖାସ୍ ଅନ୍ଦାଜ୍ ପାଇଁ ଜଣାଶୁଣା। ଶହନାଜ୍ ସୋସିଆଲ ମିଡିଆରେ ମଧ୍ଯ କୁବ୍ ଆକ୍ଟିଭ୍ ରହିବା ସହ ଫ୍ଯାନ୍ସମାନଙ୍କ ସହ ନିଜର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥାନ୍ତି। ଏସବୁ ମଧ୍ଯରେ ଶହନାଜ୍ ଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

Shehnaaz-Gillଏହି ଭିଡିଓରେ ଶହନାଜ୍ ଟାଟୁ କରୁଥିବାର ନଜର ଆସିଛନ୍ତି। ଏହି ସମୟରେ ଶହନାଜ୍ ଟାଟୁ କରୁଥିବା ବେଳେ ତାଙ୍କୁ କରେଣ୍ଟ ଲାଗିଯାଇଥିଲା ଏବଂ ସେ ବେହୋସ୍ ହୋଇଯାଇଥିବାର ମଧ୍ଯ ନଜର ଆସିଛନ୍ତି। ଅଭିନେତ୍ରୀଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକମାନେ ଖୁବ୍ କମେଣ୍ଟ ମଧ୍ଯ କରିଛନ୍ତି।

 

View this post on Instagram

 

#Shehnazgill fun moments while tattooing 🔥 #Pollywood #punjabi

A post shared by FILMY GALLAN (@filmygallan) on

ଭିଡିଓରେ ଦେଖିବାକୁ ମିଳିଛି ଶହନାଜ୍ ମଜାର ସହ ବସି ଟାଟୁ କରୁଥିଲେ କିନ୍ତୁ ଯେମିତି ଟାଟୁ କରିବା ପାଇଁ ମେସିନ୍ ଚାଲୁ କରାଯାଇଥିଲା ସେମିତି ଶହନାଜଙ୍କୁ କରେଣ୍ଟ ଲାଗିବା ଆରମ୍ଭ ହୋଇଯାଇଥିଲା। ପରେ ଅଭିନେତ୍ରୀ ଶହନାଜ୍ କରେଣ୍ଟ ଲାଗିବା କାରଣରୁ ଚେତା ଶୂନ୍ଯ ହୋଇ ତଳେ ପଡିଯାଇଥିଲେ। ଶହନାଜଙ୍କର ଏହି ଭିଡିଓରେ ଫ୍ଯାନ୍ସମାନେ ଖୁବ୍ କମେଣ୍ଟ କରିବା ସହ ଶହନାଜ୍ ଏହି ଭିଡିଓରେ ଆକ୍ଟିଂ କରୁଥିବାର କମେଣ୍ଟ ମଧ୍ଯ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.