କରୋନା ରୋଗୀଙ୍କ ୨୨ ଦିନର ବିଲ୍‌ ୭ ଲକ୍ଷ, Apple ହସ୍ପିଟାଲକୁ ନୋଟିସ୍‌ ଜାରି କଲା ଜିଲ୍ଲା ପ୍ରଶାସନ

କରୋନା ଚିକିତ୍ସା କରିବା ନାଁରେ ରୋଗୀଙ୍କୁ ଲୁଟିଚାଲିଛନ୍ତି ଡାକ୍ତରଖାନା କର୍ତ୍ତୃପକ୍ଷ। ସାମାନ୍ୟ ଚିକିତ୍ସା କରି ଧରାଇ ଦେଉଛନ୍ତି ଲମ୍ବା ବିଲ୍‌। ଏବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଇନ୍ଦୋରରେ। ଏଠାରେ ଭୁଲ୍‌ ବିଲ୍‌ ଦେଇଥିବା ଅଭିଯୋଗରେ ଏକ ମେଡିକାଲ ନାଁରେ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ହେବା ପରେ ପୋଲିସ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଉକ୍ତ ମେଡିକାଲ ଉପରେ ଚଢ଼ଉ କରିଛି। ଇନ୍ଦୋରର ଭଓ୍ଵଁରକୁଆଁସ୍ଥିତ ଆପଲ ହସ୍ପିଟାଲ ଉପରେ ଚଢ଼ଉ କରି ୩ ଜଣ ଡାକ୍ତରଙ୍କୁ ନୋଟିସ୍‌ ଜାରି କରିଛି।

medical

ଅଭିଯୋଗ ମୁତାବକ କରୋନା ରୋଗୀଙ୍କୁ ୨୨ ଦିନ ଯାଏଁ ମେଡିକାଲରେ ରଖାଯିବା ପରେ ବିଲ୍‌ ଆସିଥିଲା ୭ ଲକ୍ଷ ଟଙ୍କା। ଏହି ବିଲ୍‌ ବାଦ୍‌ ମେଡିସିନ୍‌ ପାଇଁ ତାଙ୍କୁ ଆଉ ୧ ଲକ୍ଷ ଦେବାକୁ କହିଥିଲେ। ଏଥିସହ ପିପିଇ କିଟ୍‌, ଆଇସୋଲେସନ୍‌ ଚାର୍ଜ ଓ ୟୁନିଭର୍ସଲ ପ୍ରୋଟେକ୍ସନ୍‌ ନାଁରେ ପ୍ରତିଦିନ ୯୦୦୦ ଟଙ୍କା ହିସାବରେ ଟଙ୍କା ଆଦାୟ କରାଯାଇଛି। ଏଥିସହ ଅଲଗା ଟେଷ୍ଟ ପାଇଁ ହଜାର ହଜାର ଟଙ୍କା ବିଲ୍‌ କରିଛନ୍ତି। ମେଡିକାଲର ଲୁଟ୍‌ ଏତିକିରେ ସରିନି। ୩-୪ ଜଣ ଡାକ୍ତର ପ୍ରତିଦିନ ଭିଜିଟ୍‌ କରୁଥିବାରୁ ମୁଣ୍ଡପିଛା ୩ ହଜାର ଟଙ୍କା ଲେଖାଏଁ ଚାର୍ଜ କରାଯାଇଛି। ଡାକ୍ତରଙ୍କ ପରିଦର୍ଶନ ପାଇଁ ଅଲଗାରେ ୧ ଲକ୍ଷ ଟଙ୍କାର ବିଲ୍‌ କରାଯାଇଛି।

ତେବେ ଯାଞ୍ଚ ବେଳେ ପ୍ରତିମାସ ଏହି ଦାମ୍‌ ବୃଦ୍ଧି ପାଉଥିବା ଦେଖାଯାଇଛି। ଏଣୁ ମେଡିକାଲରେ ଘୋଟାଲା ଚାଲୁଥିବା ସ୍ପଷ୍ଟ ହୋଇଛି। ରୋଗୀଙ୍କୁ ଶୋଷଣ କରୁଥିବା ମେଡିକାଲର ଡାକ୍ତରଙ୍କୁ ପୋଲିସ ତରଫରୁ ନୋଟିସ୍‌ ଜାରି କରାଯାଇଛି। ଏନେଇ ଜିଲ୍ଲାପାଳ ମନୀଷ ସିଂହ କହିଛନ୍ତି କୌଣସି ଘରୋଇ ଡାକ୍ତରଖାନାର ମନୋମୁଖୀ ଲୁଟ୍‌କୁ ଆଦୌ ବରଦାସ୍ତ କରାଯିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.