Below header

କେବଳ ସ୍ୱାଦିଷ୍ଟ ନୁହେଁ ଆପଣଙ୍କ ମୋଟାପଣକୁ ମଧ୍ୟ କମ କରିବ ଏହି ସୁପ, ଆଜି ହିଁ ଘରେ କରନ୍ତୁ ଟ୍ରାଏ

ସାଧାରଣତଃ ଲାଉ ସ୍ୱାସ୍ଥ୍ୟ ପାଇଁ ବହୁତ ହିତକର ହୋଇଥାଏ । ଏହା କେବଳ ହିତକର ନୁହେଁ ବରଂ ମୋଟାଲୋକଙ୍କ ପାଇଁ ମଧ୍ୟ ବରଦାନ ସଦୃଶ । ଆପଣ ଏଣୁ ତେଣୁ ଖାଇବା । ଟେଷ୍ଟ ଲେସ ଖାଇବା ଡାଏଟରେ ଖାଇ ଖାଇ ବିରକ୍ତ ହୋଇଜିବେଣି ନିଶ୍ଚୟ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇଆସିଛୁ ଟେଷ୍ଟି ଲାଉ ସୁପ । ତାହେଲେ ଆସନ୍ତୁ ଜାଣିବା କେମିତି କରିବେ ପ୍ରସ୍ତୁତ ।

ଆବଶ୍ୟକୀୟ ସାମଗ୍ରୀ

  • ଲାଉ
  • ପିଆଜ
  • ଟମାଟୋ
  • ସିମ୍ଲା ଲଙ୍କା
  • ଜିରା
  • ତେଲ/ବଟର
  • ଗୋଲମରିଚ ଗୁଣ୍ଡ
  • ଲୁଣ

ପ୍ରସ୍ତୁତି ପ୍ରଣାଳୀ

ଏହି ସ୍ୱାଦିଷ୍ଟ ସୁପ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ପ୍ରେସରରେ ଲାଉ, ପିଆଜ, ଟମାଟୋ, ଶିମଲା ଲଙ୍କା ପକାଇ ଭଲଭାବେ ସିଝାଇ ଦିଅନ୍ତୁ । ତାପରେ ଏହାକୁ କାଢି ତାର ପେଷ୍ଟ ପ୍ରସ୍ତୁତ କରନ୍ତୁ । ବର୍ତ୍ତମାନ ଏକ ପ୍ୟାନ ଗରମ କରି ସେଥିରେ କିଛି ତେଲ କିମ୍ବା ବଟର ଗରମ କରନ୍ତୁ ଏବଂ ଅଳ୍ପ ଜିରା ଫୁଟାନ୍ତୁ । ତାପରେ ସେହି ପେଷ୍ଟକୁ ଉକ୍ତ ପ୍ୟାନରେ ଢାଳି ଦିଅନ୍ତୁ । ଏହା ଟିକିଏ ଫୁଟି ଆସିଲା ପରେ ସେଥିରେ ସ୍ୱାଦ ଅନୁସାରେ ଲୁଣ ଏବଂ ଗୋଲମରିଚ ପକାଇ ଗୋଳାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କର ଟେଷ୍ଟି ଲାଉ ସୁପ । ଏହାକୁ ଆପଣ ଗରମ ଗରମ ସର୍ଭ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.