ରାଜ ରାସ୍ତାରେ ଦନ୍ତା ହାତୀ ଆକ୍ରମଣ, ଜଣେ ଗୁରୁତର

ରାଇରଙ୍ଗପୁର(କେନ୍ଯୁଜ୍): ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ଚିଙ୍ଗୁଡ଼ିପୋଖରୀରେ ଦନ୍ତାହାତୀ ଆତଙ୍କ। ଦନ୍ତାହାତୀ ଚିଙ୍ଗୁଡ଼ି ପୋଖରୀରେ ସକାଳୁ ଉତ୍ପାତ ଜାରି ରଖିଥିବା ବେଳେ ନିକଟସ୍ଥ ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ରହିଥିଲେ । ଦନ୍ତା ହାତୀଟି ରାଞ୍ଚି – ବିଜୟୱାଡା ୨୨୦ ନମ୍ବର ଜାତୀୟ ରାଜପଥ ଉପରେ ମଧ୍ୟ ବୁଲୁଥିବା ଦେଖିବାକୁ ମିଳିଥିଲା । ହାତୀଟିକୁ ଦେଖିବା ପରେ ରାଜ ରାସ୍ତାରେ ଗାଡ଼ି ମୋଟର ଅଟକି ଯାଇଥଲା । ସୂଚନା ମୁତାବକ ଶୌଚ ପାଇଁ ଯାଇଥିବା ବେଳେ ଚିଙ୍ଗୁଡ଼ି ପୋଖରୀ ଗ୍ରାମର ଚାନ୍ଦ୍ରାୟ ବେଶ୍ରାଙ୍କୁ ହାତୀ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲରେ ଭର୍ତି କରାଯାଇଛି ।

ଦନ୍ତା ହାତୀଟି ଏକୁଟିଆ ଝାଡ଼ଖଣ୍ଡରୁ ଆସିଥିବା ବନ ବିଭାଗ ସୂଚନା ଦେଇଛି । ହାତୀକୁ ଘଉଡାଇବା ନେଇ ବନବିଭାଗ କର୍ମଚାରୀ ଉଦ୍ୟମ ଜାରି ରଖିଥିବା ବେଳେ ହାତୀଟି ୩/୪ ଜଣଙ୍କ ଘର ଭାଙ୍ଗିଥିବା ବେଳେ ଆକ୍ରମଣ କରିବା ନେଇ ଲୋକଙ୍କୁ ଘଉଡାଉଥିବା ଦେଖିବାକୁ ମିଳିଥିଲା। ହାତୀଟି ରାଜରାସ୍ତା ନିକଟ ଗାଁରେ ରହିଥିବା ବେଳେ ପୁଣି ଝାଡଖଣ୍ଡ ଆଡକୁ ଘଉଡାଇବା ନେଇ ଅଧଘଣ୍ଟ ରାଜ ରାସ୍ତାକୁ ଅବରୋଧ କରାଯାଇଥିଲା । ଦୀର୍ଘ ୬ ଘଣ୍ଟାର ଉତ୍ପାତ ପରେ ହାତୀଟିକୁ ଝାଡଖଣ୍ଡର ଦୁବୁଲାବେଡା ଅଂଚଳକୁ ଘଉଡାଇ ଦିଆଯାଇଥିବା ବେଳେ କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଇ ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ସୂଚନା ଦେଇଛି ବନ ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.