Below header

ଭୋଡାଫୋନ-ଆଇଡିଆ ହେଲା ‘ଭିଆଇ’, କମ୍ପାନୀ ଲଞ୍ଚ କଲା ନୂଆ ବ୍ରାଣ୍ଡ ନାଁ

ଭୋଡାଫୋନ୍-ଆଇଡିଆ ବର୍ତ୍ତମାନ ଏକ ନୂଆ ବ୍ରାଣ୍ଡ ନାମ ସହିତ ଉପଲବ୍ଧ ହେବ । ଏବେ ଏହାକୁ ‘ଭିଆଇ’ (‘ଭି’)ବୋଲି କୁହାଯିବ । ଭୋଡାଫୋନ୍ ପାଇଁ ‘ଭି’ ଏବଂ ଆଇଡିଆ ପାଇଁ ‘ଆଇ’ ରଖାଯାଇ ନୂଆ ବ୍ରାଣ୍ଡର ନାଁ ରଖାଯାଇଛି । ଏକ ଇଭେଣ୍ଟରେ କମ୍ପାନୀ ଏହି ନୂତନ ବ୍ରାଣ୍ଡ ନାମ ଏବଂ ଲୋଗୋ ଘୋଷଣା କରିଛି । ଭାରତରେ ଦୁଇ କମ୍ପାନୀର ମିଶ୍ରଣ ହେବା ପରେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ କମ୍ପାନୀ ନିଜ ନାମରେ କାମ କରୁଥିଲେ, କିନ୍ତୁ ବର୍ତ୍ତମାନ ଏଥିରେ ପରିବର୍ତ୍ତନ ଅଣାଯାଇଛି ।

କମ୍ପାନୀ ଏକ ଷ୍ଟେଟମେଣ୍ଟରେ କହିଛି, ଭବିଷ୍ୟତକୁ ଆଖି ଆଗରେ ରଖି ‘ଭିଆଇ’କୁ ଆମେ ଆଣିଛୁ ଏବଂ ବର୍ତ୍ତମାନ ଉଭୟ କମ୍ପାନୀ ସମାନ ବ୍ରାଣ୍ଡ ନାମରେ ବ୍ୟବସାୟ କରିବେ। ୪ଜି ସହିତ କମ୍ପାନୀ ପାଖରେ ୫ଜି ଟେକ୍ନୋଲୋଜି ମଧ୍ୟ ଅଛି। କମ୍ପାନୀ ଏହା ମଧ୍ୟ ଦାବି କରିଛି ଯେ, ମିଶ୍ରଣ ପରଠାରୁ ସାରା ଦେଶରେ ୪ଜି କଭରେଜ୍ ଦ୍ୱିଗୁଣିତ ହୋଇଛି। ଆଗାମୀ ସମୟରେ ଉତ୍ତମ ସର୍ଭିସ ପାଇଁ ଟାରିଫ ମୂଲ୍ୟ ମଧ୍ୟ ବୃଦ୍ଧି କରାଯାଇପାରେ ବୋଲି ସୂଚନା ମିଳିଛି।

667

ଭୋଡାଫୋନ୍-ଆଇଡିଆ ଲିମିଟେଡ୍ ସିଇଓ ରବିନ୍ଦ୍ର ଟକ୍କର କହିଛନ୍ତି ଯେ, ଭୋଡାଫୋନ୍-ଆଇଡିଆ ଏକ ମିଶ୍ରିତ ସଂସ୍ଥା ଭାବରେ ଦୁଇ ବର୍ଷ ପୂର୍ବେ ପ୍ରତିଷ୍ଠିତ ହୋଇଥିଲା। ସେବେଠାରୁ, ଉଭୟ ବଡ ନେଟୱାର୍କକୁ ଏକତ୍ର କରିବାର କାର୍ଯ୍ୟ ଚାଲିଥିଲା ଏବଂ ବର୍ତ୍ତମାନ ଏହା ଭିଆଇ ବ୍ରାଣ୍ଡ ନାମ ସହିତ ପରିଚିତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.