ଇଏ କି ପ୍ରେମ! ଘରେ ରାଜି ହେଲେନି ବୋଲି ଟ୍ରେନ୍‌ ସାମ୍ନାକୁ ଡେଇଁ ଜୀବନ ହାରିଲେ ଦିଅର-ଭାଉଜ

ପ୍ରେମ ଶାଶ୍ୱତ, ଚିରନ୍ତନ। ପ୍ରେମ ଦେଖେନି ଜାତି, ଧର୍ମ, ବର୍ଣ୍ଣ, ବୟସ, ସମ୍ପର୍କ। କେତେବେଳେ କେଉଁଠି କାହାକୁ କାହା ସହ ପ୍ରେମ ହେବ ତାହା କେହି କହିପାରିବେନାହିଁ। ଖାଲି ଯୁବକଯୁବତୀ ପ୍ରେମ କରନ୍ତି ତାହା ନୁହେଁ। ଦୀର୍ଘଦିନର ବୈବାହିକ ଜୀବନ ପରେ ବି ଆଉ କାହା ସହ ପ୍ରେମ ହୋଇପାରେ। ଯିଏ ମନକୁ ବୁଝିଲା ତା ସହ ପ୍ରେମ ହେବାକୁ କ୍ଷଣଟେ ବି ଲାଗେନି। ପ୍ରେମ କରୁଥିବା ମଣିଷ ନିଜ ପ୍ରେମ ପାଇଁ ଜୀବନ ଦେଇ ବି ପାରେ ଆଉ ନେଇ ବି ପାରେ। ଏବେ ସେଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଥିରେ ପ୍ରେମରେ ପଡ଼ିଥିବା ଦିଅର ଭାଉଜ ନିଜ ଜୀବନ ଦେବା ଭଳି ଚରମ ନିଷ୍ପତ୍ତି ନେଇଛନ୍ତି।

ଘଟଣାଟି ମଥୁରା ଜିଲ୍ଲାର କୋସିକଲା ଅଞ୍ଚଳର। ଏଠାରେ ଶନିବାର ସକାଳେ ରେଳ ଧାରଣାରୁ ମହିଳା ଓ ଯୁବକଙ୍କ ମୃତଦେହ ମିଳିଛି। ଉଭୟ ସମ୍ପର୍କରେ ଦିଅର-ଭାଉଜ। ଖବର ପାଇ ପୋଲିସ ଓ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ପ୍ରେମଜନିତ କାରଣରୁ ଉଭୟେ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଶୁକ୍ରବାର ସନ୍ଧ୍ୟାରୁ ଉଭୟେ ନିଖୋଜ ଥିଲେ। ମୃତ ଯୁବକ ହେଉଛନ୍ତି ପିତାମ୍ବର ଓ ମହିଳା ହେଉଛନ୍ତି ପିତାମ୍ବରଙ୍କ ସମ୍ପର୍କୀୟ ଭାଇ କହେଁୟାଙ୍କ ସ୍ତ୍ରୀ କୁନ୍ତୀ।

train2

ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। କିନ୍ତୁ ଘର ଲୋକ ଏହି ଅନୈତିକ ସମ୍ପର୍କକୁ ବିରୋଧ କରୁଥିଲେ। ଏକାଠି ବଞ୍ଚିବାର କୌଣସି ବାଟ ନ ଦିଶିବାରୁ ଉଭୟ ଏକାଠି ମରିବାକୁ ନିଷ୍ପତ୍ତି ନେଇଥିଲେ। ଏଣୁ ଟ୍ରେନ୍‌ ଧାରଣାରେ ହାତ ଧରାଧରି ହୋଇ ଶୋଇଯାଇଥିଲେ ଚିର ଦିନ ପାଇଁ।
ତେବେ ତଦନ୍ତ ପରେ ଜଣାଯାଇଛି ଯେ ଉଭୟ ମହିଳା ଓ ଯୁବକ ବିବାହିତ ଓ ଉଭୟଙ୍କର ୨ଟି ଲେଖାଏଁ ଛୁଆ ଅଛନ୍ତି। ତଥାପି ସେମାନେ ପରସ୍ପରର ପ୍ରେମରେ ପଡ଼ିଥିଲେ। କିନ୍ତୁ ସବୁପ୍ରେମର ଶେଷ ସିନ୍ଦୁର ନୁହେଁ। ଏହା ଘଟିଥିଲା ସେମାନଙ୍କ କ୍ଷେତ୍ରରେ। ଶେଷରେ ପରିଣାମ ସ୍ୱରୂପ ଲିଭିଗଲା ଦୁଇଟି ଜୀବନ ଦୀପ ଓ ବିନା ଦୋଷରେ ଅନାଥ ହୋଇଗଲେ ୪ଟି ଛୁଆ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.