Below header

ଶୀଘ୍ର ଶେଷ କରିବାକୁ ଚାହୁଁଛନ୍ତି କି, ଘର ଲୋନର ଇଏମଆଇ, ଆପଣାନ୍ତୁ ଏହି ୪ଟି ସହଜ ଉପାୟ

ନୂଆଦିଲ୍ଲୀ : ବର୍ତ୍ତମାନର ଯୁଗରେ ଜଣେ ମଧ୍ୟବିତ୍ତ ପରିବାର ପାଇଁ ବିନା କୌଣସି ଲୋନରେ ଘର କିଣିବା ଅସମ୍ଭପର କଥା। ଯେପର୍ଯ୍ଯନ୍ତ ସେହି ଲୋନ ଶେଷ ହୋଇନଥାଏ ସେପର୍ଯ୍ଯନ୍ତ ମୁଣ୍ଡରେ ଚିନ୍ତା ରହିଥାଏ। ଏହି ସମୟରେ ପୁଣି ଯଦି ଆପଣ କୌଣସି ଇଏମଆଇ ଦେବାକୁ ଭୁଲି ଯାଇଥାନ୍ତି ତେବେ  ଆହୁରି ଅସୁବିଧା ବଢ଼ିଯାଇଥାଏ। ପୁଣି ବ୍ଯାଙ୍କ ଏହା ଉପରେ ଅନେକ ଜରିମାନା ଲଗାଇଦେଇଥାଏ। ଆଜି ଆମେ ଆପଣଙ୍କୁ ଏପରି କିଛି ଉପାୟ କହିବାକୁ ଯାଉଛି ଯାହା ଦ୍ବାରା ଆପଣ ଇଏମଆଇରୁ ଚିନ୍ତାରୁ ଶୀଘ୍ର ମୁକ୍ତ ହୋଇଯିବେ।

home

ସବୁବେଳେ ଚେଷ୍ଠା କରନ୍ତୁ କି ଇଏମଆଇ ଦେବାର ତାରିଖ ସବୁବେଳେ ଆପଣଙ୍କ ଦରମା ମିଳିବାର ତାରିଖ ପାଖାପାଖି ରହିଥାଉ। ଏହା ଦ୍ବାରା ଇଏମଆଇ ଦେବାକୁ ଆପଣ କେବେ ମଧ୍ୟ ଭୁଲି ପାରିବେ ନାହିଁ। ଇଏମଆଇ ଏବଂ ଏସଆଇପିର ଟଙ୍କା ଦେବାପରେ ହିଁ ବାକି ଅନ୍ଯ ଖର୍ଚ୍ଚର ହିସାବ କରନ୍ତୁ। ଯେଉଁ ବ୍ଯଙ୍କରୁ ଆପଣ ଲୋନ ନେଇଛନ୍ତି ତାଙ୍କ ଠାରୁ ସୁନିଶ୍ଚିତ ହୋଇଯାଆନ୍ତୁ ଯେପରି ଇଏମଆଇ ଛଡ଼ା ଅଧିକ କିଛି ଟଙ୍କା ଦେୟ କରିବାକୁ ପଡ଼ିବ ନାହିଁ।

home 3

ନିୟମିତ ଇଏମଆଇ ସଠିକ୍ ସମୟରେ ଦେବା ଦ୍ବାରା ଘର ପାଇଁ ନେଇଥିବା ଲୋନ ଶୀଘ୍ର ଶେଷ ହୋଇଥାଏ। ଆପଣ ନିଜର ଘର ଲୋନ ଦେବା ପାଇଁ ଏନୁଆଲ ବୋନସ ,ବିମା ପଲିସି ଆଦିର ମଧ୍ୟ ବ୍ଯବହାର କରିପାରିବେ।

ଯଦି ଅନ୍ଯ କୌଣସି ଋଣଦାତାଙ୍କ ଆପଣଙ୍କ ବର୍ତ୍ତମାନ ଋଣଦାତାଙ୍କ ତୁଳନାରେ କମ ସୁଧରେ ଋଣ ଦେଉଛନ୍ତି ତେବେ ଆପଣ ବ୍ଯାଙ୍କ ସହ କଥାବାର୍ତ୍ତା ହୋଇ ନିଜର ଋଣ ବ୍ଯବସ୍ଥାକୁ ପରିବର୍ତ୍ତନ କରିପାରିବେ। ଏଥିପାଇଁ ସର୍ବଦା ଋଣ ଦେଉଥିବା ଏଜେଣ୍ଟ ମାନଙ୍କର ସାହାଯ୍ଯ ଲୋଡ଼ନ୍ତୁ।

home 2

ଯଦି କୌଣସି ମାସରେ ଆପଣ ଆପଣଙ୍କ ଲୋନର ଟଙ୍କା ଠାରୁ ଅଧିକ ଟଙ୍କା ଦେବାରେ ସମର୍ଥ ଅଛନ୍ତି ତେବେ ଏହା ଦ୍ବାରା ଆପଣଙ୍କ ଲୋନ ସମୟ ଥାଇ ଶେଷ ହୋଇପାରିବ। ଯଦି ଆପଣ ପ୍ରତ୍ଯେକ ମାସରେ ୨,୫୦୦ଟଙ୍କା ଇଏମଆଇରୁ ଅଧିକ ଦେଉଛନ୍ତି ତେବେ ଏହା ଦ୍ବାରା ଆପଣ ୧୬ ବର୍ଷର ଥିବା ଲୋନକୁ ୪ବର୍ଷ ପୂର୍ବରୁ ଶେଷ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.