Below header

ସବୁଠୁ ଅଧିକ ଦାମରେ ବ୍ରିକ୍ରି ହୋଇଛି Bugatti Chiron Profilée, ଫ୍ରେଞ୍ଚ କାର ନିର୍ମାତା ରଚିଲା ଇତିହାସ

କେନ୍ୟୁଜ୍‌(ବ୍ୟୁରୋ): ଫ୍ରେଞ୍ଚ କାର ନିର୍ମାତା ପୁଣିଥରେ ଇତିହାସ ରଚିଛି । ଏହାର ହାଇପର କାର ବୁଗାଟି କିରନ ପ୍ରୋଫିଲି ସବୁଠୁ ଅଧିକ ଦାମରେ ବ୍ରିକ୍ରି ହୋଇଛି । ଏହି ନିକଟରେ ହୋଇଥିବା ନିଲାମରେ ୮୭ କୋଟି ଟଙ୍କାରେ ଏହା ବିକ୍ରି ହୋଇଛି । ଏହାସହ ବୁଗାଟି ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ଯଦିଅ କିରନ ପ୍ରୋଫିଲି ଅକସନ ମୂଲ୍ୟ ବୁଗାଟିର ପୂର୍ବ ଅଡିସନଠୁ କମ ରହିଛି । ୨୦୨୦ରୁ ଏହି କାରର ଡଭଲପମେଣ୍ଟ କାମ ଆରମ୍ଭ ହୋଇ ଯାଇଥିଲା । ଏବେ ଏହାର କିଛି ଲିମିଟେଡ ପ୍ରଡକସନ ରହିଛି ।

ଏବେ ଆସନ୍ତୁ ଏହାର ଡିଜାଇନ ଓ ଫିଚର ବାବଦରେ ନଜର ପକାଇବା । ଏହାର ଡିଜାଇନ ବୁଗାଟି କିରନ ପୁର ସ୍ପୋର୍ଟ ସହ ସମାନ ରହିଛି । ଏଥିରେ ସାର୍ପ ହେଡ ଲାଇଟ ରହିଛି । ଏହାର ଆଗ ପଟରେ ବଡ଼ ଗ୍ରିଲ ରହିଛି । ଯାହା ଏହାକୁ ଏକ ୟୁନିକ ଲୁକ ପ୍ରଦାନ କରୁଛି । ଏହାର ପଛପାଖ ମଝିରେ ଦୁଇଟି ଏକ୍ସଅଟ ଆଉଟଲେଟ ରହିଛି । ଏହାର ଇଣ୍ଟେରିଅର ଡିଜାଇନ ବହୁତ ସରଳ ରହିଛି । ଏହାର ଏକ ଛୋଟ ଗିୟର ନବ ରହିଛି । ସେଣ୍ଟର କନସଲରେ ଅନେକ ଗୁଡ଼ିଏ ବଟନ ରହିଛି । ଏହାସହ ଏକ ଆନାଲଗ ଡିସପ୍ଲେ ସ୍କ୍ରିନ ରହିଛି । ଏହି କାରରେ କେବଳ ଦୁଇଜଣ ଆରାମରେ ବସି ପାରିବେ । ଏହାର ସିଟ୍‌ର ଡିଜାଇନ ଘନ ନୀଳ ରଙ୍ଗର ଲେଦରରେ ହୋଇଛି । ଯାହା କାରର ଇଣ୍ଟେରିଅରକୁ ଏକ ଅଲଗା ଲୁକ ଦେଉଛି ।

ଏବେ ଏହାର ଇଞ୍ଜିନ ବାବଦରେ ଜାଣିବା । ଏଥିରେ ଆପଣଙ୍କୁ ୪ଟି turbo w16 8.0 ଲିଟର ପେଟ୍ରୋଲ ଇଞ୍ଜିନ ମିଳିବ । ଏହାସହ ଏହି ଇଞ୍ଜିନରେ ୧୫୦୦ ହର୍ସ ପାଓ୍ଵାର ପର୍ଯ୍ୟନ୍ତ ପାଓ୍ଵାର ମିଳିବ । ଏହା ଘଣ୍ଟାକୁ ୩୮୦ କିଲୋମିଟର ବେଗରେ ଦଉଡ଼ି ପାରିବ । ୦.୨ ସେକେଣ୍ଡରେ ୧୦୦ କିଲୋମିଟର ବେଗରେ ପହଞ୍ଚି ପାରିବ ଏହି କାର । କହିବାକୁ ଗଲେ ବିଶ୍ୱର ସବୁଠୁ ଅଧିକ ବେଗରେ ଦଉଡ଼ୁଥିବା କାର ହେଉଛି Bugatti Chiron Profilee ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.