BSNLର ସବୁଠାରୁ ଶସ୍ତା ପ୍ଲାନ! ୧୦୭ ଟଙ୍କା ରିଚାର୍ଜରେ ମିଳିବ ଡାଟା ଏବଂ କଲିଂ

ଅନ୍ୟ କେଉଁ ଟେଲିକମ୍‌ ସେବା ମଧ୍ୟରୁ ବିଏସଏନଏଲ ଅଧିକ ଶସ୍ତା ଏବଂ ବଢ଼ିଆ ରିଚାର୍ଜ ପ୍ଲାନ୍ସ ନିଜର ଗ୍ରାହକଙ୍କୁ ଅଫର କରୁଛି । ଏମିତିରେ ବର୍ତ୍ତମାନ BSNL ୟୁଜର୍ସଙ୍କ ପାଇଁ ଖୁସି ଖବର ଆସିଛି। କାରଣ କମ୍ପାନୀ ନୂଆ ରିଚାର୍ଜ ପ୍ଲାନ ଲଞ୍ଚ କରିଛି । ଏହି ପ୍ଲାନରେ ଆପଣ ବହୁ ପ୍ରକାର ସୁବିଧା ପାଇପାରିବେ । ଆଜି ଆମେ ଆପଣଙ୍କୁ ବିଏସଏନଏଲର ୧୦୭ଟଙ୍କା ରିଚାର୍ଜ ବିଷୟରେ କହିବୁ । ଏହା ବ୍ୟତୀତ ଏହି ରିଚାର୍ଜରେ କେଉଁ କେଉଁ ସୁବିଧା ରହିଛି ଏବଂ ଏହାକୁ କିପରି ରିଚାର୍ଜ କରିବେ ସେହି ବିଷୟରେ ମଧ୍ୟ ଆଲୋଚନା କରିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ଏହାର ସଂପୂର୍ଣ୍ଣ ତଥ୍ୟ ବିଷୟରେ ।

BSNLର ୧୦୭ଟଙ୍କା ରିଚାର୍ଜରେ ଆପଣଙ୍କୁ ୬୦ ଦିନର ଭ୍ୟାଲିଡିଟି ମିଳୁଛି । ଏହାସହ ଏହି ପ୍ଲାନରେ ଡାଟା ଏବଂ କଲିଂର ସୁବିଧା ମିଳୁଛି । ଏଥିରେ ୩ଜିବି ଡାଟା ଅଫର ସହ ୨୦୦ ମିନିଟ କଲିଂ ଦିଆଯାଉଛି । ଏହି ପ୍ରିପେଡ୍ ରିଚାର୍ଜରେ BSNL Tunes ମଧ୍ୟ ମିଳିବାକୁ ଯାଉଛି । ତେବେ ଆପଣଙ୍କ ଫୋନରେ ୧୨୩ ଡାଏଲ କରି ଏହି ପ୍ଲାନ ଏବଂ ନମ୍ବର ବିଷୟରେ ଜାଣିପାରିବେ ।

ବର୍ତ୍ତମାନ BSNLର ୧୫୩ ରିଚାର୍ଜ ମଧ୍ୟ ବହୁ ଚର୍ଚ୍ଚାରେ ରହିଛି । ଏହି ପ୍ଲାନରେ ଆପଣଙ୍କୁ କଲିଂ ଏବଂ ଡ଼ାଟାର ସୁବିଧା ଦିଆଯିବା ସହ ଅନଲିମିଟେଡ୍ ଭଏସ କଲିଂର ସୁବିଧା ସହ ଦୈନିକ ୧ଜିବି ଡ଼ାଟା ୨୮ ଦିନ ପାଇଁ ଦିଆଯାଉଛି । ଏହା ବ୍ୟତୀତ ଆପଣ ଯଦି Bsnlର ୧୯୯ଟଙ୍କା ରିଚାର୍ଜ କରିବେ ତେବେ ଏଥିରେ ଅନଲିମିଟେଡ୍ କଲିଂ ସହିତ ଦୈନିକ ୨ଜିବି ଡାଟା ଏବଂ ୧୦୦ଟି ମେସେଜ ଫ୍ରିରେ ମିଳୁଛି । ଏହାର ଭ୍ୟାଟିଡିଟି ସେହି ୨୮ ଦିନ ରହୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.