Below header

ଭାରତ ପାଇଁ ପୁଣି ଗୌରବ ଆଣିଲେ ରିକି କେଜ୍: ମ୍ୟୁଜିକ୍ ଆଲବମ୍ ‘ଡିଭାଇନ୍ ଟାଇଡ୍ସ’ ପାଇଁ ଜିତିଲେ ଦ୍ୱିତୀୟ ଗ୍ରାମୀ ଆୱାର୍ଡ

ଭାରତ ପାଇଁ ସଙ୍ଗୀତ କ୍ଷେତ୍ରରେ ପୁଣି ଗୌରବ ଆଣିଲେ ରିକି କେଜ୍ । ନିଜର ମ୍ୟୁଜିକ୍ ଆଲବମ୍ ‘ଡିଭାଇନ୍ ଟାଇଡ୍ସ’ ପାଇଁ ଜିତିଲେ ଦ୍ୱିତୀୟ ଗ୍ରାମୀ ଆୱାର୍ଡ। ସେ ବ୍ରିଟଶ୍ ରକ୍ ବ୍ୟାଣ୍ଡ ସହ ମିଶି ଏହି ମ୍ୟୁଜିକ୍ ଆଲବମ୍ କରିଥିଲେ। ତାଙ୍କର ଏହି ଆଲବମ୍ ସମାଜରେ ମାନବ ଜୀବନର ମୂଲ୍ୟବୋଧକୁ ପ୍ରତିପାଦିତ କରୁଛି ।

award

‘ଡିଭାଇନ୍ ଟାଇଡ୍ସ’ ଆଲବମରେ ରହିଛି ମୋଟ ୯ଟି ଗୀତ । ଏହା ପୂର୍ବରୁ ମଧ୍ୟ ସେ ୨୦୧୫ରେ ନିଜର ଆଲବମ୍ ‘ୱଣ୍ଡସ୍ ଅଫ୍ ସମସାରା’ ପାଇଁ ପ୍ରଥମ ଗ୍ରାମୀ ଆୱାର୍ଡ ପାଇଥିଲେ । ବିଶ୍ୱ ସଙ୍ଗୀତ କ୍ଷେତ୍ରରେ ବିଶେଷ ଉପଲବ୍ଧି ରଖୁଥିବା ସଙ୍ଗୀତକାରଙ୍କୁ ଏହି ବିଶେଷ ପୁରସ୍କାର ଦିଆଯାଏ । ୧୯୫୯ରୁ ଏହାକୁ ରେକଡିଙ୍ଗ ଏକାଡେମୀ ଦ୍ୱାରା ଦିଆଯାଉଛି ।

ତେବେ ଏହି ପୁରସ୍କାର ପାଇବା ପରେ ୪୧ ବର୍ଷୀୟା ରିକି କେଜ୍ କହିଛନ୍ତି, “ସଂଗୀତ ପାଇଁ ଦୁନିଆର ସବୁଠୁ ବଡ ପ୍ଲାଟଫର୍ମରେ ଏହି ପୁରସ୍କାର ହାସଲ କରି ନିଜ ଦେଶକୁ ଗର୍ବିତ କରିବାର ଆଉ ଏକ ସୁଯୋଗ ପାଇ ସେ ଅତ୍ୟଧିକ କୃତଜ୍ଞ । ଏହି ସମ୍ମାନ କେବଳ ରେକର୍ଡିଂ ଏକାଡେମୀ (ଗ୍ରାମୀ ପୁରସ୍କାର ପଛରେ ଥିବା ସଂଗଠନ), ତାଙ୍କ ସହଯୋଗୀ ଷ୍ଟିୱାର୍ଟ କୋପେଲାଣ୍ଡ, ହେବର୍ଟ ୱାଲ୍ଟ, ଏରିକ ସ୍କିଲିଙ୍ଗ ସମ୍ଭବ ହୋଇଥିବାବେଳେ, ଏହି ଆଲବମକୁ ସଫଳ କରିଥିବା ସମସ୍ତଙ୍କୁ ସେ ଧନ୍ୟବାଦ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.