ବିନା ଡ୍ରାଇଭରରେ ଗଡୁଛି ମୋଟର ସାଇକେଲ, ଭିଡ଼ିଓ ଦେଖିଲେ ଆଖିକୁ ବିଶ୍ୱାସ କରି ପାରିବେନି

ମାଲକାନଗିରି(କେନ୍ୟୁଜ) : ବିନା ଡ୍ରାଇଭରରେ ଗଡୁଛି ମୋଟର ସାଇକେଲ । ଭିଡିଓ ଦେଖିଲେ ଆଖିକୁ ବିଶ୍ୱାସ କରି ପାରିବେନି । ସିସିଟିଭିରେ କଏଦ ହୋଇଛି ଭିଡିଓ। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ ବିନା ଡ୍ରାଇଭରରେ ବାଇକ ଚାଲିବା ଚର୍ଚ୍ଚାର ବିଷୟ ପାଲଟିଛି।

ଚିତ୍ରକୋଣ୍ଡା ପଞ୍ଚାୟତ ଅଫିସ କାର୍ଯ୍ୟାଳୟ ସମ୍ମୁଖରେ ଏକ ଦୋକାନ କରିଛନ୍ତି ବ୍ୟବସାୟୀ ସୁରେନ୍ଦ୍ର ଦାସ । ଗତ ୩ ତାରିଖ ରାତି ୮ଟା ସମୟରେ ନିଜ ଘର ଆଗରେ ଥିବା ସୀତାରାମ ଏଣ୍ଟରପ୍ରାଇସେସ ନାମକ ଏକ ଦୋକାନ ସମ୍ମୁଖରେ ବାଇକ ହ୍ୟାଣ୍ଡଲ ଲକ୍‌ କରି ପାର୍କିଂ କରିଥିଲେ। ୪ ତାରିଖ ସକାଳେ ବାଇକଟି କିଛି ଦୂରରେ ପଡିଥିବା ଦେଖିବାକୁ ପାଇଥିଲେ। ପୁଣି ରାତିରେ ମଧ୍ୟ ବାଇକଟି କିଛି ଦୂରରେ ପଡିଥିଲା।

ବାରମ୍ବାର ଏଭଳି ଘଟଣା ଦେଖି ଦୋକାନ ମାଲିକଙ୍କୁ କହିଥିଲେ ସୁରେନ୍ଦ୍ର । ଏନେଇ ସିସିଟିଭି ଚେକ୍‌ କରିବା ପରେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ । ବାଇକଟି ଆପେ ଆପେ ଷ୍ଟାର୍ଟ ହୋଇ ଚାଲୁଥିବାର ଦେଖାଯାଇଥିଲା । ହ୍ୟାଣ୍ଡେଲ ଲକ ଯୋଗୁ କିଛି ବାଟ ଯିବା ପରେ ପଡିଯାଉଥିଲା । ଏହି ଖବର ଆସିବା ପରେ ବିଭିନ୍ନ କଥା ଆଲୋଚନା ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.