ଶହେ ଟଙ୍କାରେ କରିପାରିବେ ଆଧାର ଅପଡେଟ, ମାତ୍ର କେଇ ମିନିଟରେ ହୋଇପାରିବ ନାମ ସଂଶୋଧନ ସହ ଠିକଣା ପରିବର୍ତ୍ତନ

ଆପଣ ଆଧାର କାର୍ଡ ଅପଡେଟ୍‌ କରିଛନ୍ତି କି ? ଯଦି ନା, ତେବେ ଏବେ ହିଁ କରିନିଅନ୍ତୁ ଅପଡେଟ। ପରିଚୟ ପ୍ରମାଣ ପାଇଁ ସାରା ଦେଶରେ ଆଧାର କାର୍ଡକୁ ବ୍ୟବହାର କରାଯାଉଛି। ଏଥିରେ କିଛି ଭୁଲ ରହିଥିଲେ ସବୁକିଛି ଭୁଲ ପ୍ରମାଣିତ ହୋଇଥାଏ। ଏଥିରୁ ବଞ୍ଚିବା ପାଇଁ UIDAI ବାୟୋମେଟ୍ରିକ ତଥ୍ୟକୁ ନେଇ କିଛି ଅପଡେଟ ଜାରି କରିଛି। ଟ୍ଵିଟର ମାଧ୍ୟମରେ UIDAI ସୂଚନା ଜାରି କରିଛି। ଯାହା ଜରିଆରେ ଆପଣ ମାତ୍ର ୧୦୦ ଟଙ୍କା ଦେଇ ଆଧାରକୁ ଅପଡେଟ କରିପାରିବେ। ତେବେ ଆସନ୍ତୁ ଜାଣିବା କିପରି କରିବେ ଆଧାର ଅପଡେଟ…

ଆପଣ ନିଜ ଆଧାର କାର୍ଡରେ ଥିବା ଭୁଲକୁ ସଠିକ୍‌ କରିବା ପାଇଁ ଏହା ଗୋଟେ ହୋଇଥିବା ଅବା ଅଧିକ ଆପଣ କେବଳ ୧୦୦ ଟଙ୍କା ଚାର୍ଜ ଦେଇ ଅପଡେଟ୍‌ କରିପାରିବେ। ଯଦି ଆପଣ କେବଳ ଡେମୋଗ୍ରାଫିକ ଡିଟେଲ ପରିବର୍ତ୍ତନ କରିବାକୁ ଚାହୁଛନ୍ତି, ତେବେ ମାତ୍ର ୫୦ ଟଙ୍କା ହେବାକୁ ହେବ।

ଏମିତି କରିବାକୁ ହେଲେ ଡେମୋଗ୍ରାଫିକ ସୂଚନା ଅର୍ଥାତ୍‌ ନାମ, ଠିକଣା କିମ୍ବା ଜନ୍ମ ତିଥି ବଦଳାଇବାକୁ କେବଳ ଡକ୍ୟୁମେଣ୍ଟ ଜମା କରିବାକୁ ହେବ। UIDAI ୩୨ଟି ଦସ୍ତାବିଜ ଲିଷ୍ଟ ଜାରି କରିଛି, ଯାହାକୁ ପରିଚୟ ପ୍ରମାଣ ରୂପେ ସ୍ୱୀକାର କରାଯାଇପାରିବ। ଏହାମଧ୍ୟରୁ ଯେକୌଣସିକୁ ମଧ୍ୟ ବ୍ୟବହାର କରି ଆଧାର ଅପଟେଡ କରିପାରିବେ।

ଆଧାର ଅପଡେଟ କରିବା ପାଇଁ ନାମ, ଠିକଣା ଓ ଜନ୍ମତିଥିକୁ ଛାଡି ଅନ୍ୟ ପରିବର୍ତ୍ତନ ଡକ୍ୟୁମେଣ୍ଟ ବିନା ଆଧାର କାର୍ଡରେ ଅପଡେଟ୍‌ କରିହେବ। ଯେମିତିକି ମୋବାଇଲ ନମ୍ବର, ଫଟୋ, ଇମେଲ ଆଇଡି ଇତ୍ୟାଦି। ଆଧାର ନାମାଙ୍କନ, ନା ଅଦଳବଦଳ, ଠିକଣା ପରିବର୍ତ୍ତନ କରିବା ପାଇଁ ନିକଟରେ ଥିବା ଆଧାର କେନ୍ଦ୍ରକୁ ଯାଇ ଅପଟେଡ କରିପାରିବେ।

Leave A Reply

Your email address will not be published.