Below header

ସୁଧୁରିନି ଚୀନ ପ୍ରକୃତି ! ଭାରତ ସୀମାରେ ପୁଣି ବେଆଇନ ଅନୁପ୍ରବେଶ ଉଦ୍ୟମ କଲେ ଡ୍ରାଗନ ସେନା

ଭାରତ ଓ ଚିନ ସୈନିକଙ୍କ ମଧ୍ୟରେ ପୁଣିଥରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଅଗଷ୍ଟ ୨୯ ତାରିଖ ବିଳମ୍ବିତ ରାତିରେ ଭାରତ-ଚୀନ ସିମା ବର୍ତ୍ତୀ ଅଂଚଳରେ ଅବସ୍ଥିତ ପିଓଙ୍ଗଗାଙ୍ଗ ହ୍ରଦ ନିକଟବର୍ତ୍ତୀ ସ୍ଥାନରେ ହୋଇଥିଲା । ସରକାରଙ୍କ ତରଫରୁ ଜାରି ହୋଇଥିବା ତଥ୍ୟ ଅନୁଯାୟୀ, ଭାରତ ସୈନିକ ମାନେ ଚୀନ ସୈନ୍ୟଙ୍କ ଭାରତ ସୀମାରେ ବେଆଇନ ଅନୁପ୍ରବେଶ ଚେଷ୍ଟାକୁ ବିଫଳ କରିଦେଇଛନ୍ତି । ଭାରତୀୟ ସେନାର ପିଆରଓ ଅଧିକାରୀ କର୍ନାଲ ଅମାନ ଆନନ୍ଦଙ୍କ ଅନୁଯାୟୀ, ଅଗଷ୍ଟ ୨୯/୩୦ ମଧ୍ୟରାତ୍ରରେ ପିପୁଲ୍ସ ଲିବରେସନ ଆର୍ମି ବା ପିଏଲଏ ଲଦାଖର ପୂର୍ବବର୍ତ୍ତୀ ଅଞ୍ଚଳରେ ବେଆଇନ ଅନୁପ୍ରବେଶ କରିବାକୁ ଚେଷ୍ଟା ଚଳାଇଥିଲେ । ଭାରତୀୟ ସେନା ହ୍ରଦର ଦକ୍ଷିଣ ତଟରେ ପିଏଲଏ ଯବାନ ମାନଙ୍କ ଏହି କାରନାମା ବିଫଳ କରିଦେବା ସହ ସୀମାରେ ଦେଶର ସ୍ଥିତିକୁ ଏକ ପ୍ରକାର ସୁଦୃଢ କରିଛନ୍ତି ।

ସେ ଏହା ମଧ୍ୟ କହିଛନ୍ତିକି, ଭାରତ ପକ୍ଷରୁ କଥାବାର୍ତ୍ତା ମାଧ୍ୟମରେ ଶାନ୍ତି ଓ ଏକତା ବଜାୟ ରଖିବାକୁ ଲଗାତାର ପ୍ରୟାସ ଜାରି ରଖାଯାଇଛି । କିନ୍ତୁ ପରିସ୍ଥିତି ବିଗିଡ଼ିଲେ ନିଜ ଦେଶର ଅଖଣ୍ଡତା ବଜାୟ ରଖିବା ପାଇଁ ସେନା ଅସ୍ତ୍ର ଉଠାଇବାକୁ ମଧ୍ୟ ପଛଘୁଞ୍ଚା ଦେବ ନାହିଁ । କହିରଖିବା ଉଚିତ ହେବକି, ସୀମାକୁ ନେଇ ଉପୁଜିଥିବା ବିବାଦର ସମାଧାନ ପାଇଁ ଦୁଇ ଦେଶ ମଧ୍ୟରେ କମାଣ୍ଡର ସ୍ତରୀୟ ଆଲୋଚନା ଏବେ ବି ଜାରି ରହିଛି । ଜୁନ ମଧ୍ୟ ଭାଗରେ ପୂର୍ବ ଲାଦଖ ଅଞ୍ଚଳରେ ଦୁଇ ଦେଶ ଯବାନଙ୍କ ମଧ୍ୟରେ ଗଳବାନ ଘାଟିଠାରେ ଘମାଘୋଟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ହାତାହାତିରେ ଭାରତର ୨୦ ଜଣ ସୈନ୍ୟ ସହିଦ ହୋଇଥିଲେ । ଏହାକୁ ନେଇ ଚୀନ ନିଜ ପକ୍ଷ ସ୍ପଷ୍ଟ କରିନଥିବା ବେଳେ ଆମେରିକୀୟ ଗୁଇନ୍ଦା ସଂସ୍ଥା ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଏଥିରେ ଚୀନ ପକ୍ଷର ୩୫ ଯବାନଙ୍କ ଜୀବନ ହାରିଥିଲେ ।

ଏହି ଦୁଇ ଦେଶର ସୈନିକଙ୍କ ଭିତରେ ଗତ ସାଢେ ୩ ମାସ ହେବ ଲଦାଖର ପୂର୍ବବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ବାସ୍ତବିକ ନିୟନ୍ତ୍ରଣ ରେଖା ବା ଏଲଏଏସି ଠାରେ ମୁହାଁମୁହିଁ ପରିସ୍ଥିତି ଲାଗି ରହିଛି । ଫିଙ୍ଗର ୪ ଓ ୮ ଅଂଚଳରୁ ଚିନ ନିଜ ସେନାଙ୍କୁ ହଟାଇବା ନେଇ ଭାରତ ବାରମ୍ବାର ଜୋର ଦେଇ ଆସୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.