Below header

ଅନୁଗୁଳ: ଆଠମଲ୍ଲିକ ଟୁସର ଓରଡା କେରାଣ୍ଡି ନାଳରୁ ଅଚିହ୍ନା ଯୁବତୀଙ୍କ ମୃତ ଦେହ ଉଦ୍ଧାର, ଗଳା କାଟି ହତ୍ୟା କରାଯାଇଥିବା ସନ୍ଦେହ

କଟକ(କେନ୍ୟୁଜ୍): ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଟୁସର ପଞ୍ଚାୟତ  ଓରଡା କେରାଣ୍ଡି  ନାଳରେ ଆଜି ଏକ ଅଚିହ୍ନା ଯୁବତୀଙ୍କ ମୃତ ଦେହ ଦେଖିବାକୁ ମିଳିଛି I ସ୍ଥାନୀୟ ଲୋକ ଏହା ଦେଖିବା ପରେ କିଆକଟା ଥାନାକୁ ଖବର ଦେଇଥିଲେ I ଖବର ପାଇ କିଆକଟା ଥାନା IIC ଅନାମ ଲାକ୍ରା ଓ  ASI ସଞ୍ଜୟ ବେହେରା ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହ  ତଦନ୍ତ ତଦନ୍ତ ଆରମ୍ଭ କରିଛନ୍ତି I

ତେବେ ଯୁବତୀଙ୍କ ଗଳାକୁ ଧାରୁଆ ଅସ୍ତ୍ରରେ କଟା ଯାଇଥିବାର ଦେଖିବାକୁ ମିଳିଛି I  ଯୁବତୀର ଶବଟି ଉପର ମୁଣ୍ଡରୁ ପାଣିରେ ଭାସି ଆସିଥିବା ପୋଲିସ ସନ୍ଦେହ କରୁଛି ।  ଝିଅଟିର ବୟସ ପ୍ରାୟ ୨୦ ବର୍ଷ ହେବ ବୋଲି  ଜଣା ପଡୁଛି । ପୋଲିସ ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ  ପଠାଇଥିବା ଜଣା ପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.