ପୁଣି ବଢ଼ିଲା ବିଜୟ ମାଲ୍ୟାଙ୍କ ଚିନ୍ତା, ପୁନର୍ବିଚାର ପିଟିସନ୍‌କୁ ଖାରଜ କଲେ ସୁପ୍ରିମ୍‌କୋର୍ଟ

ପଳାତକ ବିଜୟ ମାଲ୍ୟାଙ୍କ ମାମଲାର ପୁନଃବିଚାର କରିବାକୁ ମନା କରିଦେଇଛନ୍ତି ସୁପ୍ରିମ୍‌କୋର୍ଟ। କୋର୍ଟଙ୍କ ଆଦେଶକୁ ମାନିନଥିବା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ବିରୋଧରେ ମାଲ୍ୟା ପୁନର୍ବିଚାର ପିଟିସନ୍‌ ଦାଖଲ କରିଥିଲେ। ୨୭ ଅଗଷ୍ଟରେ ଏହି ମାମଲାରେ ସୁପ୍ରିମ୍‌କୋର୍ଟ ନିଜ ବିଚାରକୁ ସଂରକ୍ଷିତ ରଖିଥିଲେ।

ରିପୋର୍ଟ ମୁତାବକ ପଳାତକ ଘୋଷିତ ହୋଇଥିବା ବିଜୟ ମାଲ୍ୟା ୨୦୧୭ ମେ’ ମାସରେ ଉଚ୍ଚତମ ନ୍ୟାୟାଳୟରେ ଏହି ନିର୍ଦ୍ଦେଶ ଉପରେ ପୁନର୍ବିଚାର କରିବାକୁ ପିଟିସନ୍‌ ଦାଖଲ କରିଥିଲେ। ଏହି ନିର୍ଦ୍ଦେଶନାମାରେ ତାଙ୍କ ବିରୋଧରେ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ପିଲାଙ୍କ ଖାତାରେ ୪କୋଟି ଆମେରିକାନ୍‌ ଡଲାର ସ୍ଥାନାନ୍ତରିତ କରିବା ନେଇ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ବିଚାରପତି ୟୁ ୟୁ ଲଳିତ ଓ ବିଚାରପତି ଅଶୋକ ଭୂଷଣଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ନିଜ ରାୟକୁ ସଂରକ୍ଷିତ କରିଛନ୍ତି।

vijay-mallya2

ସୂଚନାଯୋଗ୍ୟ ଯେ ବ୍ୟାଙ୍କରୁ ୯ ହଜାର କୋଟିରୁ ଅଧିକ ଋଣ ନେଇ ମାଲ୍ୟା ଏବେ ବ୍ରିଟେନ୍‌ରେ ଲୁଚିଛନ୍ତି। ୨୦୧୭ରେ ସୁପ୍ରିମ୍‌କୋର୍ଟ ବିଜୟ ମାଲ୍ୟାଙ୍କୁ ପଳାତକ ଘୋଷଣା କରିବା ସହ ଏସ୍‌ବିଆଇରୁ ନେଇଥିବା ଟଙ୍କା ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.