Below header

ଏହି ଉପାୟକୁ ଧ୍ୟାନରେ ରଖିଲେ ଆପଣଙ୍କ ବାଇକ ଦେଖାଯିବ ସବୁବେଳେ ନୂଆ

ଆପଣ ପ୍ରାୟ ସମୟରେ ଦେଖିଥିବେ ପୁଅମାନେ ତାଙ୍କ ବାଇକକୁ ବହୁତ ଭଲ ପାଇଥାନ୍ତି ଏବଂ ନିଜ ବାଇକର ବହୁତ ଯତ୍ନ ନେଇଥାନ୍ତି। କାହିଁକି ନା ସେମାନେ ତାଙ୍କର ପରିଶ୍ରମର ଅଳ୍ପ ଅଳ୍ପ ପୁଞ୍ଜିକୁ ସେଭିଂ କରି ସେମାନେ ବାଇକ କିଣିଥାନ୍ତି। ସମସ୍ତେ ଚାହାଁନ୍ତି ଯେ ସେମାନଙ୍କ ବାଇକ ଲମ୍ବା ସମୟ ଧରି ନୂଆ ଭଳି ଲାଗୁଥାଉ ଏବଂ ବହୁତ ଦିନ ଧରି ଚାଲୁ ଏଥିପାଇଁ ଆପଣଙ୍କୁ ଖାସ୍ ଯତ୍ନ ନେବା ନିହାତି ଆବଶ୍ୟକ। ଆପଣଙ୍କର ଏହି ଚିନ୍ତାରୁ ଆମେ ଆପଣଙ୍କୁ ସାମାନ୍ୟ ରିଲାକ୍‌ସ ଦେବୁ ଏବଂ ଜଣାଇବୁ ଆପଣ କେମିତି ନିଜ ବାଇକକର ଯତ୍ନ ନେବେ।

ଇଞ୍ଜିନର ରେକୁଲାର ସର୍ଭିସିଂ କରନ୍ତୁ

ନିଜ ବାଇକର ଯତ୍ନ ନେବା ପାଇଁ ଆପଣ ଏହାର ଇଞ୍ଜିନର ରେଗୁଲାର ସର୍ଭିସିଂ କରନ୍ତୁ। ସର୍ଭିସିଂ ସମୟରେ କାବ୍ୟୁର୍ରେଟର ଏବଂ ବଲବ୍ ର ନିଶ୍ଚୟ ସଫା କରିବା ଜରୁରୀ। ପ୍ରତି ୧୫୦୦ କିଲୋମିଟର ପରେ କାବ୍ୟୁର୍ରେଟରକୁ ସଫା କରନ୍ତୁ ଏହାସହିତ ବାଇକର ସ୍ପାର୍କ ପ୍ଲଗକୁ ମଧ୍ୟ ଧ୍ୟାନରେ ରଖନ୍ତୁ।

ଭଲ ଇଞ୍ଜିନର କରନ୍ତୁ ବ୍ୟବହାର

ବାଇକ ପାଇଁ ସବୁଠାରୁ ଜରୁରୀ ହୋଇଥାଏ ଇଞ୍ଜିନ। ଏଥିପାଇଁ ଆପଣଙ୍କୁ ଏହାର ସ୍ୱତନ୍ତ୍ର ଧ୍ୟାନ ରଖିବା ଜରୁରୀ। ବାଇକ ଇଞ୍ଜିନର ଉତ୍ତମ ପରଫମରମାନ୍ସ ପାଇଁ ଏଥିରେ ଭଲ ଇଞ୍ଜିନର ବ୍ୟବହାର କରନ୍ତୁ। ଖରାପ ଇଞ୍ଜିନ ଅଏଲ ସହିତ ବାଇକ ଚଲାଇବା ଦ୍ୱାରା ନା କେବଳ ଆପଣଙ୍କ ବାଇକର ମାଇଲେଜ୍ ଉପରେ ପ୍ରଭାବ ପଡିଥାଏ ବରଂ ଏଥିପାଇଁ ଇଞ୍ଜିନର ଲାଇଫ୍ ଏବଂ ପରଫରମାନ୍ସ ଉପରେ ମଧ୍ୟ ପ୍ରଭାବ ପଡିଥାଏ।

ଏହାସହ ପଢନ୍ତୁ : Benelli Imperiale 400 ଭାରତରେ ହେଲା ଲଞ୍ଚ, ରୟାଲ ଏନଫିଲଡ୍ ଏବଂ ଜାଭା ସହିତ ହେବ ମୁକାବିଲା

ଏୟାର ଫିଲଟରକୁ ସଫା କରିବା ଜରୁରୀ

ଏୟାର ଫିଲ୍ଟରକୁ ବାଇକର ଏକ ଅଂଶ ବୋଲି କୁହାଯାଏ। ନିଜ ପସନ୍ଦର ବାଇକକୁ ଲମ୍ବା ସମୟ ଧରି ଚଲାଇବା ପାଇଁ ଏୟାର ଫିଲ୍ଟରକୁ ସମୟ ସମୟରେ ସଫା କରନ୍ତୁ।

କ୍ଲଚରେ ଫ୍ରି ପ୍ଲେ ରଖନ୍ତୁ

ବାଇକର ଭଲ ଲାଇଫ ପାଇଁ କ୍ଲଚର ଆଡଜଷ୍ଟମେଣ୍ଟ ଠିକ ରହିବା ଜରୁରୀ। ଏଥିପାଇଁ ଆପଣ ବାଇକର କ୍ଲଚକୁ ଅଧିକ ଟାଇଟ ରଖିବା ବଦଳରେ ତାହାକୁ ଫ୍ରୀ କରନ୍ତୁ ବାଇକ ଚଲାଇବା ସମୟରେ କ୍ଲଚ ଦବାନ୍ତୁ ନାହିଁ। କ୍ଲଚ୍ ଟାଇଟ ହେବା ଦ୍ୱାରା ତାହା ଉପରେ ପ୍ରେସର ପଡିଥାଏ ଯାହାର ପ୍ରଭାବ ମାଇଲେଜ୍ ଉପରେ ପଡିଥାଏ।

ନିଶ୍ଚୟ ପଢନ୍ତୁ :  Toyotaର ସବୁଠାରୁ ଶସ୍ତା SUV ଆସନ୍ତା ମାସ ହେବ ଲଞ୍ଚ, Hyundai Venueକୁ ଦେବ କଡା ଟକ୍କର

ବ୍ୟାଟେରୀକୁ କରନ୍ତୁ ସମୟ ଭିତରେ ଯାଞ୍ଚ

ଲମ୍ବା ସମୟ ଧରି ବାଇକର ଭଲ ପ୍ରଦର୍ଶନ ପାଇଁ ଆପଣଙ୍କୁ ବାଇକର ବ୍ୟାଟେରୀକୁ ସମୟ ସମୟରେ ସଫା କରିବା ଉଚିତ। ବ୍ୟାଟେରୀରେ ଯଦି କୌଣସି ପ୍ରକାର ଲିକେଜ୍ ଥାଏ ତେବେ ତୁରନ୍ତ ପରିବର୍ତ୍ତନ କରନ୍ତୁ ଏବଂ ବ୍ୟାଟେରୀ ଅଧିକ ସମୟ ଚାଲୁନଥିଲେ ତାହାକୁ ସମୟ ସମୟରେ ଚାର୍ଜ କରନ୍ତୁ।

ହ୍ଵିଲ ବାଲାନସିଂ କରିବା ଜରୁରୀ

ବାଇକର ଟାୟାର କଣ୍ଡିସନ ଏବଂ ତାହାର ଏୟାର ପ୍ରେସରର ଯତ୍ନ ନେବା ନିହାତି ଆବଶ୍ୟକ। ବାଇକକୁ ଅଧିକ ସମୟ ଭଲ କଣ୍ଡିସନରେ ରଖିବାକୁ ଚାହୁଁଥିଲେଏହାର ବାଲାନସିଂ କରନ୍ତୁ ଏବଂ ବିନା ଗ୍ରେପ ବିଶିଷ୍ଟ ଟାୟାରର ବ୍ୟବହାର କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.