ଆଜି ଗୋବର୍ଧନ ପୂଜା, ଜାଣନ୍ତୁ ଦୀପାବଳି ପରଦିନ କାହିଁକି ପାଳନ କରାଯାଇଥାଏ ଏହି ପର୍ବ

କାର୍ତ୍ତିକ ମାସର କୃଷ୍ଣ ପକ୍ଷର ଅମାବାସ୍ୟା ଦିନ ପାଳନ କରାଯାଇଥିବା ବେଳେ ଗୋବର୍ଧନ ପୂଜା କାର୍ତ୍ତିକ ମାସର ଶୁକ୍ଳ ପକ୍ଷ ପ୍ରତିପଦା ଦିନ ପାଳନ କରାଯାଇଥାଏ। ଏହିକାରଣରୁ ଦୀପାବଳି ପରଦିନ ଅର୍ଥାତ ଆଜି ଗୋବର୍ଧନ ପୂଜା ପାଳନ କରାଯାଇଥାଏ। ଏହି ଦିନ ବ୍ରଜର ଦେବତା କୁହାଯାଉଥିବା ଭଗବାନ ଗିରିରାଜଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କ ନିକଟରେ ବିଭିନ୍ନ ପନିପରିବାର ଭୋଗ ଲଗାଯାଇଥାଏ। ଯେଉଁ କାରଣରୁ ଏହା ଅନ୍ନକୂଟ ପୂଜା ନାଁରେ ମଧ୍ୟ ଜଣାଶୁଣା। ମାନ୍ୟତା ରହିଛି ବିଧି ପୂର୍ବକ ଏହି ପର୍ବ ପାଳନ କରିବା ଦ୍ୱାରା ସୁଖ-ସମୃଦ୍ଧି ପ୍ରାପ୍ତି ହୋଇଥାଏ।

ଗୋବର୍ଧନ ପୂଜା ବିଧି:

ଏହି ଦିନ ଲୋକମାନେ ନିଜ ଘରର ଅଗଣାରେ ଗାଈର ଗୋବରରେ ଏକ ପର୍ବତ ତିଆରି କରିଥାନ୍ତି। ଏହାପରେ ସେହି ପର୍ବତ ଉପରେ ଜଳ, ମାଳି, ଚାଉଳ,ଫୁଲ, ଦହି ଅର୍ପଣ କରିବା ସହ ତେଲରେ ଦୀପ ଲଗାଇ ପୂଜା କରିଥାନ୍ତି। ଏହାପରେ ଗୋବରରେ ତିଆରି ହୋଇଥିବା ପର୍ବତ ଚାରିପଟେ ପରିକ୍ରମା କରିଥାନ୍ତି। ଏହାପରେ ବ୍ରଜର ଦେବତା ଭଗବାନ ଗିରିରାଜଙ୍କୁ ପ୍ରସନ୍ନ କରିବା ପାଇଁ ଭୋଗ ଲଗାଇଥାନ୍ତି।

gooଜାଣନ୍ତୁ ଦୀପାବଳି ପରଦିନ କାହିଁକି ପାଳନ କରାଯାଇଥାଏ ଗୋବର୍ଧନ ପୂଜା:

ଦୀପାବଳି ପରଦିନ ହିଁ ଗୋବର୍ଧନ ପୂଜା କରିବାର ମାନ୍ୟତା ରହିଛି। ଏହାକୁ ଉଲ୍ଲେଖ ରହିଛି ଭଗବାନ ଶ୍ରୀକୃଷ୍ଣ ବ୍ରଜବାସୀଙ୍କୁ ଦୀପାବଳି ପରଦିନ ହିଁ ଗୋବର୍ଧନ ଉତ୍ସବ ପାଳନ କରିବା ପାଇଁ କହିଥିଲେ। ମାନ୍ୟତା ଅନୁଯାୟୀ ଦ୍ୱାପର ଯୁଗରେ ବ୍ରଜବାସୀମାନେ ଭଲ ବର୍ଷା ହେବା ପାଇଁ ଭଗବାନ ଇନ୍ଦ୍ରଙ୍କୁ ପ୍ରାର୍ଥନା କରିଥିଲେ। କିନ୍ତୁ ଏହି ସମୟରେ ଭଗବାନ ଶ୍ରୀକୃଷ ବ୍ରଜମାସିଙ୍କୁ ବୁଝାଇଥିଲେ ଇନ୍ଦ୍ର ଦେବତା ନିଜର କର୍ତ୍ତବ୍ୟ କରୁଛନ୍ତି କିନ୍ତୁ ଆପଣଙ୍କ ପଶୁମାନଙ୍କ ପାଇଁ ଖାଦ୍ୟ ଏବଂ ବାଦଲକୁ କନ୍ଦାଇ ବର୍ଷା କରାଇବା ଭଗବାନ ଗୋବର୍ଧନ ପର୍ବତ କରିଥାନ୍ତି। ଏହିକାରଣରୁ ତାଙ୍କୁ ପୂଜା କରିବା ଉଚିତ। ଭଗବାନଙ୍କ କଥା ଶୁଣିବା ପରେ ସମସ୍ତ ଗ୍ରାମବାସୀ ଗୋବର୍ଧନ ପୂଜା କରିବା ଆରମ୍ଭ କରିଥିଲେ। କିନ୍ତୁ ଭଗବାନ ଇନ୍ଦ୍ର ଏହା ସହ୍ୟ ନକରିପାରି କ୍ରୋଧିତ ହୋଇ ମୂଷଳଧାରାରେ ବର୍ଷା କରିଥିଲେ। ଯେଉଁ କାରଣରୁ ବ୍ରଜବାସୀ ମଧ୍ୟ ଭୟଭୀତ ହୋଇଯାଇଥିଲେ।

go

ଏହାସହ ପଢନ୍ତୁ: ଏହି ମନ୍ଦିରରେ ଧନତେରାସରେ ବଣ୍ଟାଯାଏ ‘ମୂଲ୍ୟବାନ ଜିନିଷ’, ଯାହାକୁ ନେଇ ଟ୍ରେଜେରୀରେ ରଖନ୍ତି ଲୋକେ

ଏହି ସମୟରେ ଭଗବାନ ଶ୍ରୀକୃଷ୍ଣ ନିଜର ଛୋଟ ଆଙ୍ଗୁଠିରେ ଗୋବର୍ଧନ ପର୍ବତକୁ ଉଠାଇ ବ୍ରଜବାସୀଙ୍କୁ ରକ୍ଷା କରିଥିଲେ। ଏହାପରେ ଇନ୍ଦ୍ର ନିଜ ଭୁଲ୍ ବୁଝିପାରି ଭଗବାନ ଶ୍ରୀହରିଙ୍କ ଅବତାର ଭଗବାନ କୃଷ୍ଣଙ୍କୁ କ୍ଷମା ମାଗିଥିଲେ।ଏହାପରେ ଭଗବାନ ଇନ୍ଦ୍ର ଅନୁରୋଧ କରିବା ପରେ ଶ୍ରୀକୃଷ୍ଣ ଗୋବର୍ଧନ ପର୍ବତକୁ ତଳେ ରଖିଥିଲେ ଏବଂ ସେହି ଦିନ ହିଁ ସମସ୍ତଙ୍କୁ ପ୍ରତ୍ୟେକ ବର୍ଷ ଦୀପାବଳି ପରଦିନ ଗୋବର୍ଧନ ପୂଜା କରିବା ପାଇଁ କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.