Below header

ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେଲା ସାମୁଦ୍ରିକ ଝଡ଼ କ୍ୟାର, ଘଣ୍ଟାକୁ ୧୫କିମି ବେଗରେ କରୁଛି ଗତି

ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି କ୍ୟାର। ଆରବ ସାଗରର ପୂର୍ବକେନ୍ଦ୍ରାଞ୍ଚଳ ଓ ପଶ୍ଚିମଉତ୍ତର ଦିଗରେ ଘଣ୍ଟାକୁ ୧୫କିମି ବେଗରେ ମାଡ଼ିଆସୁଛି କ୍ୟାର। ମୁମ୍ବାଇ ଠାରୁ ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗରେ ୭୬୦ କିମି ଦୂରରେ ଓ ଓମାନ ଠାରୁ ପୂର୍ବ- ଉତ୍ତରପୂର୍ବ ଦିଗରେ ୧୨୪୦କିମି ଦୂରରେ କ୍ୟାରର ଅବସ୍ଥିତି ରହିଛି। ଏହାର ପ୍ରଭାବରେ ଆରବ ସାଗରର ସମୁଦ୍ରତଟବର୍ତ୍ତି ଅଞ୍ଚଳରେ ୨୪୦ରୁ ୨୫୦ କିମି ବେଗରେ ପବନ ରହିବାର ଚେତାବନୀ ଦିଆଯାଇଛି। ଆରବ ସାଗରରେ ୨୦୦୭ରେ ସଂଗଠିତ ବାତ୍ୟା ଗୋନୁ ପରେ ଏହା ପ୍ରଥମ ଭୀଷଣ ସାମୁଦ୍ରିକ ଝଡ଼। ତେବେ ଏହାର ପ୍ରଭାବ ଓଡ଼ିଶାର ୧୯୯୯ ମହାବାତ୍ୟା ଠାରୁ କମ ରହିବ ବୋଲି କୁହାଯାଇଛି। ୧୯୯୯ ମହାବାତ୍ୟା ପରେ ଏହା ସବୁଠାରୁ ବଡ଼ ବାତ୍ୟା। ଆସନ୍ତାକାଲି ଏହା ଅତିଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେବ । ଆଗାମୀ ପାଞ୍ଚ ଦିନ ମଧ୍ୟରେ ଏହା ପଶ୍ଚିମ- ଉତ୍ତରପଶ୍ଚିମ ଦିଗରେ ଗତି କରି ଓମାନର ମାସିରାହା ଠାରେ ପହଞ୍ଚିବ। ତେବେ ସେତେବେଳକୁ ଏହା କ୍ରମଶଃ ଦୁର୍ବଳ ହୋଇପଡ଼ିବ ବୋଲି ଅନୁମାନ କରିିଛି ପାଣିପାଗ ବିଭାଗ। କ୍ୟାର ପ୍ରଭାବରେ ମହାରାଷ୍ଟ୍ର, ଗୋଆ ଓ କର୍ଣ୍ଣାଟକର ଅନେକ ଅଞ୍ଚଳରେ ବର୍ଷା ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.