Below header

ଜ୍ୟୋତିଷ କହିଲେ ଏପ୍ରିଲ ୧୨ ବେଳକୁ କରୋନା ଭାଇରସ୍‌ ଦୂରେଇ ଯିବ

କରୋନାକୁ ନେଇ ସାରା ବିଶ୍ୱ ଭୟଭୀତ ଥିବା ବେଳେ ଆମ ଦେଶର ଜ୍ୟେତିଷ ଏଭଳି କିଛି ଭବିଷ୍ୟବାଣୀ କରିଛନ୍ତି ଯେଉଁଥିରେ କିଛି ଆଶ୍ୱାସନା ମିଳି ପାରିବ । ଅବଶ୍ୟ ଏହା ଉପରେ ବିଶ୍ୱାସ କରୁଥିବା ଲୋକେ ହିଁ ଜ୍ୟୋତିଷଙ୍କ କଥାକୁ ଗୁରୁତ୍ୱ ଦେବେ । କାରଣ ବିଜ୍ଞାନ ଯୁଗରେ ଏଭଳି ଏକ ସ୍ୱାସ୍ଥ୍ୟଗତ ସମସ୍ୟା କେବଳ ଔଷଧରେ ହିଁ ଦୂର ହୋଇ ପାରିବ ବୋଲି ସମସ୍ତଙ୍କର ବିଶ୍ୱାସ । ତେବେ ଆପଣ ବିଶ୍ୱାସ କରନ୍ତୁ କି ନକରନ୍ତୁ ସଂପୃକ୍ତ ଜ୍ୟୋତିଷଙ୍କ ଭବିଷ୍ୟବାଣୀ ପଢ଼ିବାରେ କିଛି ଅସୁବିଧା ନାହିଁ ।
ଏହି ଜ୍ୟୋତିଷଙ୍କ କହିବା କଥା କରୋନାକୁ ଡରିବାର ଆବଶ୍ୟକତା ନାହିଁ । ଟିକିଏ ସତର୍କ ରହିଲେ ଏହା ଆପଣଙ୍‌କୁ ଛୁଇଁ ପାରିବ ନାହିଁ । ବର୍ତ୍ତମାନର ଗ୍ରହ ଦଶା ଯୋଗୁଁ କରୋନାର ପ୍ରଭାବ ରହିଛି । ଯାହା ଆସନ୍ତା ମାର୍ଚ୍ଚ ୨୨ ତରିଖରୁ କମିବା ଆରମ୍ଭ କରିବ । ଏପ୍ରିଲ ୧୨ ତାରିଖ ବେଳକୁ ଏହା ସମ୍ପୂର୍ଣ୍ଣ କମିଯିବ । ଜିକା ଓ ଏବୋଲା ଭାଇରସ୍‌ ଯେମିତି ଦୂର ହୋଇଯାଇଥିଲା ଠିକ୍‌ ସେମିତି କରୋନା ମଧ୍ୟ ଦୂରେଇଯିବ । ଆହୁରି କୁହାଯାଇଛି ଯେ ଡରିବାର ଆବଶ୍ୟକତା ନାହିଁ । ଡାକ୍ତରଙ୍କ ପରାମର୍ଶ ଅନୁସାରେ କାମ କରନ୍ତୁ । ହାତ ଧୁଅନ୍ତୁ, ହାତ ମିଳାନ୍ତୁ ନାହିଁ । ଏହା ସହିତ ନିଜ ଦେହରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାନ୍ତୁ । ପ୍ରତିଦିନ ଗୋଟିଏ ଚାମଚ ହଳଦି ଖାଆନ୍ତୁ । ସକାଳୁ ଉଠିଲେ ଖାଲି ପେଟରେ ୭ଟି ତୁଳସୀ ଓ ୭ଟି ନିମ୍ବ ପତ୍ର ଚୋବାଇ ଖାଇ ଦିଅନ୍ତୁ ।
ତେବେ ଆସନ୍ତା ବର୍ଷ ଏପ୍ରିଲରୁ ଅଗଷ୍ଟ ଭିତରେ ପୁଣି ଏଭଳି କିଛି ଭାଇରସ୍‌ ସାରା ବିଶ୍ୱକୁ ସମସ୍ୟାରେ ପକାଇବ ବୋଲି ଜ୍ୟୋତିଷ ଭବିଷ୍ୟବାଣୀ କରିଛନ୍ତି । ଏବେ ଦେଖିବାର କଥା, ଜ୍ୟୋତିଷଙ୍କ କଥା କେତେ ଦୂର ସତ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.