Below header

କରୋନା ଭାଇରସରୁ ରକ୍ଷା ପାଇଁ ହ୍ୟାଣ୍ଡ ସାନିଟାଇଜର କେତେ ପ୍ରଭାବୀ ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ସାରା ବିଶ୍ୱରେ କରୋନା ଭାଇରସ ଦ୍ରୁତଗିତରେ ବ୍ୟାପିବାରେ ଲାଗିଛି । ଏହାକୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଡାକ୍ତର ଏବଂ ବିଶେଷଜ୍ଞମାନେ ଆରମ୍ଭରୁ ସ୍ୱଚ୍ଛତା ଏବଂ ରକ୍ଷଣାବେକ୍ଷଣ ଉପରେ ପରାମର୍ଶ ଦେଉଛନ୍ତି। ସର୍ବାଧିକ ସଂକ୍ରମଣ ବିସ୍ତାର ହେବାର ଆଶଙ୍କା ହାତରେ ଥିବାରୁ ବାରମ୍ବାର ସାବୁନରେ ହାତ ଧୋଇବାକୁ ପରାମର୍ଶ ଦିଆଯାଉଛି। ତେବେ ସବୁ ସ୍ଥାନରେ ହାତ ଧୋଇବା ସମ୍ଭବ ନୁହେଁ। ବିଶେଷକରି କର୍ମକ୍ଷେତ୍ରରେ କିମ୍ବା ଯାତ୍ରା ସମୟରେ। ଏଭଳି ପରିସ୍ଥିତିରେ ଲୋକମାନେ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରୁଛନ୍ତି। ମାତ୍ର ଏହାର ଅତ୍ୟଧିକ ବ୍ୟବହାର ସ୍ୱାସ୍ଥ୍ୟ ପାଇଁ କେତେ ପ୍ରଭାବୀ ?

hh

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିବା ଅନୁସାରେ, ଯଦି ଆପଣ ଆଲକହଲଯୁକ୍ତ ସାନିଟାଇଜରରେ ହାତ ସଫା କରୁଛନ୍ତି ତେବେ ପରେ ତା’କୁ ସାବୁନ ଏବଂ ପାଣିରେ ଧୋଇବା ଉଚିତ। କୁହାଯାଉଛି ସାନିଟାଇରଜ ବ୍ୟବହାର କରିବା ଦ୍ୱାରା କରୋନା ଭାଇରସ ସଂକମ୍ରଣରୁ ମୁକ୍ତି ପାଇପାରିବେ।
ହ୍ୟାଣ୍ଡ ସାନିଟାଇଜରର ବ୍ୟବହାର ଆମ ହାତରୁ ଜୀବାଣୁ ସଫାକରି ପାପୁଲିରେ ଏକ ଛୋଟ ସୁଗନ୍ଧ ଛାଡ଼ିଥାଏ। ମାତ୍ର ଏହାର ଅଧିକ ବ୍ୟବହାର ସ୍ବାସ୍ଥ୍ୟ ପାଇଁ କିପରି କ୍ଷତିକାରକ ହୋଇଥାଏ ଜାଣନ୍ତୁ ସେ ବିଷୟରେ।

hand 1

ହ୍ୟାଣ୍ଡ ସାନିଟାଇଜରରେ ଟ୍ରାଇକ୍ଲୋସାନ ନାମକ ଏକ ରାସାୟନିକ ପଦାର୍ଥ ଥାଏ । ଏହା ଚର୍ମକୁ ଶୁଷ୍କ କରିଥାଏ। ଏହାର ଅଧିକ ବ୍ୟବହାର ଦ୍ୱାରା ରାସାୟନିକ ପଦାର୍ଥ ରକ୍ତରେ ମିଶିଥାଏ। ଏହାସହିତ ଏଥିରେ ବେନ୍‌ଜାଲକୋନିୟମ କ୍ଲୋରାଇଡ ମଧ୍ୟ ରହିଥାଏ। ଯାହା ହାତରେ ଜୀବାଣୁକୁ ବାହାର କରିଥାଏ। ମାତ୍ର ଏହାର ଅତ୍ୟଧିକ ବ୍ୟବହାର ଚର୍ମ ପାଇଁ ଭଲ ନୁହେଁ । ଏହାର ଅଧିକ ବ୍ୟବହାର ହାତ କୁଣ୍ଡେଇ ହେବା ଭଳି ସମସ୍ୟା ସୃଷ୍ଟି କରିଥାଏ।

hhh

ସାନିଟାଇଜର ବ୍ୟବହାର କରିବା ସମୟରେ ଏହିସବୁ ଜିନିଷ ଧ୍ୟାନରେ ରଖନ୍ତୁ :

– ସାନିଟାଇଜର ବ୍ୟବହାର କରିବା ପୂର୍ବରୁ ଆପଣଙ୍କ ହାତ ସଂପୂର୍ଣ୍ଣ ଶୁଷ୍କ ଥିବା ଆବଶ୍ୟକ।

– ସାନିଟାଇଜର ବ୍ୟବହାର କରିବା ପରେ ହାତକୁ ଧୁଅନ୍ତୁ ନାହିଁ।

– ସାନିଟାଇଜର ବ୍ୟବହାର କରିବା ପରେ ଆପଣଙ୍କ ତ୍ୱଚା ଠିକ୍‌ ଭାବେ ଅବଶୋଷିତ ହେଉଛି ନାହିଁ ସୁନିଶ୍ଚିତ କରନ୍ତୁ।

– କରୋନା ଭାଇରସର ଲକ୍ଷଣକୁ ଅଣଦେଖା କରନ୍ତୁ ନାହିଁ। ଯଦି କିଛି ଆପଣଙ୍କୁ ଏପରି ଅନୁଭବ ହୁଏ ତେବେ ତୁରନ୍ତ ଚିକିତ୍ସା କେନ୍ଦ୍ରକୁ ଯାଇ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.