Below header

ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ୯ଟି କଥା କହିଲେ ସୁବ୍ରତ ବାଗଚୀ

ଭୁବନେଶ୍ୱର (କେ ନ୍ୟୁଜ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟରେ କୋଭିଡ୍‌ ସ୍ଥିତି ସମ୍ପର୍କରେ ସବିଶେଷ ସମୀକ୍ଷା କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଯେଭଳି ଭାବେ ଏହି ସ୍ଥିତିକୁ ପରିଚାଳନା କରାଯାଇଛି ସେଥିପାଇଁ ସେ ସମସ୍ତ ଶାସନ କଳକୁ ଅଭିନନ୍ଦନ ଜଣାିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମେ ଏବେ ପ୍ରାଥମିକ ସ୍ଥିତିରେ ଅଛୁ, କୋଭିଡ୍‌ ବିରୁଦ୍ଧରେ ପ୍ରକୃତ ଯୁଦ୍ଧ ଆରମ୍ଭ ହୋଇନାହିଁ । ଆଗକୁ ଆମକୁ ଆହୁରି ସଜାଗ ରହିବାକୁ ପଡ଼ିବ । ଏ ସମ୍ପର୍କରେ ଆଜି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ୯ଟି ବିଶେଷ ଗୁରୁତ୍ୱପୂର୍ଣ୍ଣ କଥା ସମ୍ପର୍କରେ ସେ ବିସ୍ତତ ଭାବେ ସୂଚନା ଦେଇଛନ୍ତି । ଆସନ୍ତୁ ତା ଉପରେ ନଜର ପକାଇବା ।

୧- ସୁରଟ୍‌ ଫେରନ୍ତାଙ୍କ ପାଇଁ ବସ୍‌ ନୁହେଁ ଟ୍ରେନ୍‌ ବ୍ୟବସ୍ଥା କରାଯାଇଛି । ବସ୍‌ରେ ଯାତ୍ରା ସମସ୍ୟା ସୃଷ୍ଟି କରିବା ପରେ ଏହି ନିଷ୍ପତ୍ତି ହୋଇଛି ।
୨- ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀ ଓଡ଼ିଆମାନେ ରେଜିଷ୍ଟ୍ରେସନ୍‌ କରିବା ଜରୁରୀ ଏବଂ ଏହା ସହିତ ନିଜ ସରପଞ୍ଚଙ୍କୁ ଜଣାଇବାକୁ ବାଧ୍ୟ । ଯାହାଫଳରେ ଆସିବା ପୂର୍ବରୁ ସେମାନଙ୍କ ପାଇଁ ସୁରୁଖୁରୁରେ ସମସ୍ତ ବ୍ୟବସ୍ଥା କରାଯାଇ ପାରିବ ।
୩-ଟେଷ୍ଟିଂ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଏବଂ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ସହିତ ଟେଷ୍ଟିଂ ବଢ଼ିଥିବାରୁ ସମସ୍ତ ଟେକନିସିଆନମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
୪-ଗ୍ରୀନ୍‌ ଜୋନ୍‌ ଅଞ୍ଚଳରେ ଜନଜୀବନ କିଭଳି ସ୍ୱାଭାବିକ ରହିବ ସେଥିପ୍ରତି ସମସ୍ତ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
୫-ମିଶନ୍‌ ଶକ୍ତି ମା’ ମାନେ କୋଭିଡ୍‌ ସ୍ଥିତିରେ ଅନେକ ପ୍ରଶଂସୀନୟ କାର୍ଯ୍ୟ କରିଛନ୍ତି । ଗତ ସପ୍ତାହକ ଭିତରେ ସେମାନେ ୧ କୋଟି ଖାଇବା ଥାଳି ଯୋଗାଇଥିବାରୁ ସେମାନଙ୍କୁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି । ଏ ବାବଦରେ ଥାଳି ପିଛା ଅଧିକ ୨ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି ।
୬- ସବୁ ସମୟ ଭଳି ବର୍ତ୍ତମାନ ମଧ୍ୟ ଶିକ୍ଷକମାନଙ୍କ ଅବଦାନକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରି ସେମାନଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି ।
୭- ଚାଷ ଓ ଚାଷୀଙ୍କ ପାଇଁ ସବୁ ବ୍ୟବସ୍ଥା କରାଯାଇଛି ଏବଂ କୃଷକମାନେ ଏହାର ଲାଭ ଉଠାଇବାକୁ କହିଛନ୍ତି ।
୮-ଗଞ୍ଜାମ, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ବାଲେଶ୍ୱର ଭଳି ଫେରନ୍ତା ଶ୍ରମିକ ଅଧିକ ଥିବା ଜିଲ୍ଲା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
୯-ଜୀବନ ପାଇଁ ଜୀବିକା ଦରକାର । ତେଣୁ ଶିଳ୍ପ ସଂସ୍ଥା ସଂସ୍ଥାମାନେ ରାଜ୍ୟ ସରକାରଙ୍କ ଗାଇଡ୍‌ ଲାଇନ୍‌ ଅନୁସାରେ କାମ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଯାହାଫଳରେ ଶ୍ରମିକମାନଙ୍କୁ ରୋଜଗାର ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.