ଭଦ୍ରକ: ସନ୍ଦେହଜନକ ଭାବେ ପିକଅପ୍‌ ଭ୍ୟାନ ଡ୍ରାଇଭରଙ୍କ ମୃତ୍ୟୁ,ପୋଲିସ ପିଟିପିଟି ମାରିଦେଇଥିବା ପରିବାର ଲୋକ ଆଣିଲେ ଅଭିଯୋଗ

ଭଦ୍ରକ(କେନ୍ୟୁଜ୍): ସନ୍ଦେହଜନକ ଭାବେ ଡ୍ରାଇଭରଙ୍କ ମୃତ୍ୟୁ । ମୃତକ ହେଲେ ଭଦ୍ରକ ତିହିଡି ଥାନ ବାଲିଦାଣ୍ଡି ଅଞ୍ଚଳର ଦୈତାରୀ ନାୟକ । ତାଙ୍କୁ ପୋଲିସ ପିଟିପିଟି ମାରିଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଚାପା ଉତ୍ତେଜନା ଲାଗି ରହିଛି । ନରେନ୍ଦ୍ରପୁର ରେଳପଥ ନିକଟରେ ଦୁଇଟି ପିକଅପ୍‌ ଭ୍ୟାନ ଚୋରା କୋଇଲା ନେଇ ଯାଉଥିଲା । ପୋଲିସ ପାଟ୍ରୋଲିଂ ବେଳେ ଦୁଇ ଗାଡିକୁ ଜବତ କରିବା ସହ ଜଣେ ଡ୍ରାଇଭରକୁ ଧରିଥିଲେ । ପରେ କୌଣସି କାରଣରୁ ଯୁବକ ଜଣକ ଗୁରୁତର ହୋଇଥିଲେ । ପୋଲିସ ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣାର ତଦନ୍ତ କରୁଛି ପୋଲିସ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.