Below header

କରୋନା : ମାଲ୍‌ଡିଭ୍‌ସ ଓ ୟୁଏଇରେ ଫସିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ପଠାଗଲା ତିନୋଟି ଜାହାଜ

କୋଚି : କରୋନା ପାଇଁ ମାଲ୍‌ଡିଭ୍‌ସ୍‌ ଓ ୟୁଏଇରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ଦେଶକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ୩ଟି ଜାହାଜ ପଠାଇଥିବା ଆଜି ରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ପ୍ରକାଶ କରିଛନ୍ତି ।

ଏଥିପାଇଁ ଆଇଏନ୍‌ଏସ୍‌ ଜଲସା ଓ ଆଇଏନ୍‌ଏସ୍‌ ମଗର ସୋମବାର ରାତିରେ ମୁମ୍ବାଇ ବନ୍ଦର ଛାଡ଼ି ମାଲ୍‌ଡିଭ୍‌ସ୍‌ ଅଭିମୁଖେ ଯାତ୍ରା କରିଛନ୍ତି । ସେହିପରି ଆଇଏନ୍‌ଏସ୍‌ ଶାରଦୁଲ୍‌କୁ ଦୁବାଇ ପଠାଯାଇଛି ।

ଏହି ୩ଟି ଜାହାଜ ଯାତ୍ରୀମାନଙ୍କୁ ଆଣି କୋଚିକୁ ଫେରିବ ବୋଲି ସେ କହିଛନ୍ତି । ଆଇଏନ୍‌ଏସ୍‌ ମଗର ଓ ଆଇଏନ୍‌ଏସ୍‌ ଶାରଦୁଳ ଦକ୍ଷିଣ ନୈାସେନାରେ ଜାହାଜ ସାମିଲ ଥିବା ବେଳେ ଆଇଏନ୍‌ଏସ୍‌ ଜଲସା ପୂର୍ବ ନୈାସେନାରେ ସାମିଲ ଅଛି ।

ସବୁଠାରୁ ବଡ଼ କଥା ହେଉଛି ଭାରତ ସ୍ୱାଧୀନତା ପରଠୁ ବାହାର ଦେଶରୁ ଏତେ ସଂଖ୍ୟାରେ ଭାରତୀୟଙ୍କୁ କେବେ ଅଣାଯାଇ ନଥିଲା । କରୋନା ଭାଇରସ୍‌ କାରଣରୁ ପ୍ରଥମ ଥର ପାଇଁ ୧ ଲକ୍ଷ ୯୨ ହଜାର ଲୋକଙ୍କୁ ବାହାର ଦେଶରୁ ଭାରତକୁ ଅଣାଯାଉଛି ।

ଏଥିପାଇଁ ବହୁ ସ୍ୱତନ୍ତ୍ର ବିମାନ ଓ ଜାହାଜ ଭାରତ ସରକାର ବିଭିନ୍ନ ଦେଶକୁ ପଠାଉଛନ୍ତି । ଏହି ପ୍ରକ୍ରିୟା ମଇ ୭ ତାରିଖରୁ ଆରମ୍ଭ ହେବ ।

ପ୍ରଥମ ଦଫାରେ ୟୁଏଇ, ମାଲଡିଭ୍‌ି ଓ ବାଙ୍ଗ୍‌ଲାଦେଶରୁ ଭାରତୀୟଙ୍କୁ ଅଣା ଯାଉଥିବା ବେଳେ ଦ୍ୱିତୀୟ ଦଫାରେ ୟୁଏସ୍‌ଏ, ୟୁକେ ଓ ମ୍ୟାଲେସିଆରୁ ଅଣାଯିବାକୁ ଯୋଜନା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.