କରୋନା ସଚେତନତା କରୁ କରୁ ଟଳି ପଡିଲେ କରୋନା ଯୋଦ୍ଧା

କେନ୍ଦୁଝର(କେନ୍ୟୁଜ୍): ମଶାରୀ ସର୍ଭେ ତଥା କରୋନା ସଚେତନ ପାଇଁ ଘରୁ ବାହାରି ଘର ଘର ବୁଲି ସର୍ଭେ କରୁଥିବା ବେଳେ ଟଳି ପଡିଲେ କରୋନା ଯୋଦ୍ଧା । ବିଲେଇପଦା ସେଣ୍ଟର ର ଅଙ୍ଗନୱାଡ଼ିକର୍ମୀ ରୁକ୍ମଣୀ ମହାନ୍ତ(୫୫)ସୋମବାର ରୁକ୍ମଣୀ ହେଲ୍ପର ଓ ଆଶା ଦିଦିଙ୍କ ସାଥୀରେ ସକାଳ ୭ଘଟିକା ସମୟରେ ସର୍ଭେ କରୁଥିବା ସମୟରେ ତଳେ ଖସିପଡ଼ିଥିଲେ।ତାଙ୍କୁ ପ୍ରଥମେ ଚ଼ମ୍ପୁଆ ମା’ତାରିଣୀ କ୍ଲିନିକ ରେ ଭର୍ତ୍ତି କରାଯାଇଥିଲା।ସେଠାରେ ଅବସ୍ଥା ଗୁରୁତ଼ର ହେବାରୁ ଡ଼ାକ୍ତର କେନ୍ଦୁଝର ଜିଲ୍ଲା ମୁଖ୍ୟଚ଼ିକିତ୍ସାଳୟ କୁ ସ୍ଥାନାନ୍ତର କରିଥିଲେ। ଏଠାରେ ଚ଼ିକିତ୍ସା ଚ଼ାଲିଥିବା ଅବସ୍ଥାରେ ମୃତ୍ୟୁ ଘଟିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.