Below header

୪୦ ଦିନ ହେଲା ସ୍ୱାମୀ ପିଇନଥିଲେ ମଦ, ଲାଇନରେ ଠିଆ ହୋଇପାରିବେ ନାହିଁ ବୋଲି ପଣତରେ ଲୁଚାଇ କିଣି ନେଉଛନ୍ତି ସ୍ତ୍ରୀ

ଲକଡାଉନରେ ସୋମବାର ଦିନଠାରୁ ମଦ ଦୋକାନ ଖୋଲିବାପାଇଁ ଅନୁମତି ମିଳିବା ପରେ ମଦ ଦୋକାନ ଗୁଡ଼ିକରେ ଭିଡ଼ ଦେଖିବାକୁ ମିଳିଛି । ବାରାଣାସୀରେ ମଧ୍ୟ ଲୋକମାନେ ମଦ ପାଇଁ ଧାଡି ହୋଇ ଠିଆ ହୋଇଥିବା ଦେଖିବାକୁ ମିଳିଛି । ଏଥିପାଇଁ ବିଭିନ୍ନ ସ୍ଥାନରେ ସୋସିଆଲ ଡିଷ୍ଟାନସିଂକୁ ମଧ୍ୟ ଅଣଦେଖା କରାଯାଇଛି । ତେବେ ଏସବୁ ବ୍ୟତୀତ କିଛି ଏପରି ଦୃଶ୍ୟ ଆଖି ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣ ଅଜବ ମନେ କରିପାରନ୍ତି ।

ସାଧାରଣତଃ ସ୍ୱାମୀ ମଦ୍ୟପାନ କରି ଘରକୁ ଆସିବା ପରେ ସ୍ତ୍ରୀ ମାନଙ୍କ ସହ ଝଗଡା କରିଥାନ୍ତି । ସେଥିପାଇଁ ବେଳେବେଳେ ମାମଲା ପୋଲିସ ଷ୍ଟେସନରେ ପହଞ୍ଚେ, କିନ୍ତୁ ସୋମବାର 40 ଦିନ ପରେ ମଦ ଦୋକାନ ଖୋଲିବା ପରେ ଜଣେ ମଧ୍ୟବୟସ୍କ ମହିଳା ବାରାଣାସୀର ସୋନାରପୁର ଅଞ୍ଚଳର ଥିବା ଖୋଲା ମଦ ଦୋକାନ ଆଗରେ ଧାଡିରେ ଠିଆ ହୋଇ କାଉଣ୍ଟରରୁ ଅଧା ବୋତଲ ମଦ କିଣିଥିବା ଦେଖିବାକୁ ମିଳିଥିଲା । ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ମହିଳା ଜଣଙ୍କ ମଦ ବୋତଲକୁ ନିଜ ପଣତରେ ଲୁଚାଇ ନେଉଥିବା ବେଳେ ସେ ଏହା ତାଙ୍କ ସ୍ୱାମୀଙ୍କ ପାଇଁ ନେଉଥିବା କହିଥିଲେ । କାରଣ ତାଙ୍କ ସ୍ୱାମୀ ସୂର୍ଯ୍ୟକିରଣରେ ଅଧିକ ସମୟ ରହିପାରନ୍ତି ନାହିଁ ସେଥିପାଇଁ ସେ ପତ୍ନୀଙ୍କୁ ମଦ କିଣିବା ପାଇଁ ପଠାଇଛନ୍ତି । ଏହାସହିତ ସେ କହିଛନ୍ତି ଯେ ମହିଳାମାନଙ୍କୁ ଧାଡ଼ିରେ ଠିଆ ହେବାକୁ ପଡେ ନାହିଁ ।

ଏହାସହିତ ମହିଳା ଜଣକ କହିଛନ୍ତି ଯେ ତାଙ୍କ ସ୍ୱାମୀ ଗତ 40 ଦିନ ଧରି ମଦ୍ୟପାନ କରିନାହାଁନ୍ତି ଏବଂ ସେ ଏହି ଧାଡିରେ ଠିଆ ହୋଇ ମଦ କିଣିବା ସ୍ଥିତିରେ ନାହାଁନ୍ତି । ସେଠାରେ ଉପସ୍ଥିତ ଥିବା ଭେଲୁପୁର ପୋଲିସ ଷ୍ଟେସନର ପୋଲିସ କର୍ମଚାରୀ ମଧ୍ୟ ଉକ୍ତ ମହିଳାଙ୍କ କଥା ଶୁଣି ହସି ହସି ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଥିବା ଉତ୍ତମ ସମନ୍ୱୟ ବିଷୟରେ କଥାବାର୍ତ୍ତା ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.