Below header

୮୦୦ ଲୋକଙ୍କ ପେଟ ଭରିବା ପାଇଁ ପିଲାମାନେ ନେଲେ ଏପରି ପଦକ୍ଷେପ, ନିଜର କୁମ୍ପି ଭାଙ୍ଗି ଅସହାୟଙ୍କୁ ପହଞ୍ଚାଇଲେ ଅତ୍ୟାବଶ୍ୟକ ସାମଗ୍ରୀ

କରୋନା ଭାଇରସ୍ ସହ ମୁକାବିଲା କରିବା ପାଇଁ ସାରା ଦେଶରେ ଏବେ ଲକ୍‌ଡାଉନ ଜାରି ରହିଛି । ଏହି ଲକ୍ ଡାଉନ୍ ଯୋଗୁଁ ଖଟିଖିଆ ଶ୍ରମିକମାନେ ଏବେ ନିଜ ଭିଟାମାଟି ଅଭିମୁଖେ ପଳାୟନ କରୁଛନ୍ତି । ସେମାନେ ମୁଠାଏ ଖାଇବା ପାଇଁ ସଂଘର୍ଷ କରୁଛନ୍ତି । ଏପରି ଖବର ଆମ ହୃଦୟକୁ ବିଚଳିତ କରୁଥିବାବେଳେ ଅପରପକ୍ଷରେ ଏହି ଦୁଃଖୀ ଗରିବଙ୍କ ପାଇଁ ସାହାଯ୍ୟର ହାତ ବଢାଇଛନ୍ତି ପିଲାମାନେ। ମୁମ୍ବାଇର ମଲାଡ ଅଞ୍ଚଳରେ ଏପରି ଘଟଣା ଦେଖିବାକୁ ମିଳିଛି।

bank

ଏହି ପିଲାମାନେ ପ୍ରାୟ ୮୦୦ଜଣ ଖଟିଖିଆଙ୍କ ଖାଦ୍ୟ ପାଇଁ ନିଜ ସଞ୍ଚିତ ପଇସାରେ ସେମାନଙ୍କ ପାଇଁ ଆବଶ୍ୟକୀୟ ସାମଗ୍ରୀ ପହଞ୍ଚାଇଛନ୍ତି । ପିଲାମାନେ ମାନବିକତାର ଉଦାହରଣ ସ୍ୱରୂପ ନିଜ କୁମ୍ପି ଭାଙ୍ଗି ନିଜ ସଞ୍ଚିତ ଅର୍ଥରେ ସେମାନଙ୍କ ପାଇଁ ଖାଦ୍ୟ ସାମଗ୍ରୀ କିଣି ସେମାନଙ୍କ ନିକଟରେ ପହଞ୍ଚାଇଛନ୍ତି। ଏହି ପିଲାମାନେ ଖଟିଖିଆଙ୍କ ୧୫ରୁ ୨୦ ଦିନ ଚଳିବା ନିମେନ୍ତ ୮୦୦ ଜଣଙ୍କ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଯେପରିକି ଅଟା, ଚାଉଳ, ଡାଲି, ତେଲ, ଚିନି ଓ ଲୁଣ ପ୍ୟାକେଟ୍ ଆଦି କିଣି ପହଞ୍ଚାଇଛନ୍ତି। ପିଲାମାନେ ଅସହାୟମାନଙ୍କ ପାଖକୁ ୧୫ରୁ ୨୦ ଦିନ ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟସାମଗ୍ରୀ ଯୋଗାଇଛନ୍ତି।

ଲକ୍ ଡାଉନ୍ ଯୋଗୁଁ କାର୍ଯ୍ୟ ବନ୍ଦ ଯୋଗୁଁ ଶ୍ରମିକମାନେ ସହର ଛାଡି ନିଜ ଭିଟାମାଟି ମୁଖେ ପଳାୟନ କରୁଥିବାବେଳେ କରୋନା ସଂକ୍ରମଣ ଅଧିକ ରହୁଥିବାରୁ ସରକାରଙ୍କ ତରଫରୁ ମଧ୍ୟ ସେମାନଙ୍କ ସୁବିଧା ନିମେନ୍ତ ବ୍ୟବସ୍ଥା କରାଯାଉଛି । ଯଦି ଶ୍ରମିକମାନଙ୍କୁ ଖାଦ୍ୟ ପଦାର୍ଥ ଯୋଗାଇ ଦିଆଯିବ, ସେମାନେ ତେବେ ପଳାୟନ କରିବେ ନାହିଁ ବୋଲି ପିଲାମାନେ ମତ ଦେଇଛନ୍ତି। ଯାହା ଫଳରେ ସଂକ୍ରମଣର ସମ୍ଭାବନାକୁ ଏଡାଇ ଦେଇ ହେବ । ପିଲାମାନଙ୍କର ମାନବିକତା ଏବେ ଆମ ପାଇଁ ଉଦାହରଣ ପାଲଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.