ଲକ୍ ଡାଉନର ଫାଇଦା ଉଠାଇଲେ ଚୋର, ମ୍ୟୁଜିୟମରୁ ଚୋରି କରି ନେଲେ ଏହି ମୂଲ୍ୟବାନ୍ ବସ୍ତୁ

କରୋନା ଭାଇରସ୍ ପାଇଁ ବର୍ତ୍ତମାନ୍ ସାରା ଦୁନିଆ ଭୟଙ୍କର ସ୍ଥିତି ଦେଇ ଗତି କରୁଛି । ତେବେ ଏହି କାରଣରୁ ସାରା ଦୁନିଆରେ ବର୍ତ୍ତମାନ୍ ଅନେକ ଦେଶ ଲକ୍ ଡାଉନ୍ ହୋଇ ରହିଛି । ଗୋଟିଏ ପଟେ ଏହା ସାରା ବିଶ୍ୱ ପାଇଁ ଏକ ସମସ୍ୟା ହୋଇ ଠିଆ ହୋଇଥିବା ବେଳେ ଅନ୍ୟପଟେ କିଛି ଲୋକ ଏହାର ଫାଇଦା ଉଠାଉଛନ୍ତି । ସୁଚନା ଅନୁଯାୟୀ କିଛି ଚୋର ଲକ୍ ଡାଉନର ଫାଇଦା ଉଠାଇ ଡଚ ମ୍ୟୁଜିୟମରୁ ପେଣ୍ଟର ‘ଭିନସେଣ୍ଟ ଭ୍ୟାନ ଗୋ’ର ପେଣ୍ଟିଂକୁ ଚୋରି କରି ନେଇଯାଇଛନ୍ତି ।

Van Gogh painting stolen as thieves take advantage of coronavirus ...

ଡଚ ମ୍ୟୁଜିୟମ୍ ଏହାର ସୂଚନା ଦେବାସହ କହିଛି ଯେ ଭିନସେଣ୍ଟ ଭ୍ୟାନ ଗୋ’ର ପେଣ୍ଟିଂ ଗତକାଲି ରାତିରେ ଚୋରି ହୋଇଯାଇଛି । ତେବେ କରୋନା ପାଇଁ ଏହି ମ୍ୟୁଜିୟମକୁ ବନ୍ଦ କରି ରଖାଯାଇଥିଲା କିନ୍ତୁ ସୁରକ୍ଷା ବ୍ୟବସ୍ଥା କଡାକଡି ରହିଥିଲା ବୋଲି କହିଛନ୍ତି ଆମଷ୍ଟରଡାମର ପୂର୍ବ କ୍ଷେତ୍ରରେ ଥିବା ଶିଙ୍ଗର ଲରେନ୍ ମ୍ୟୁଜିୟମ୍ । ଯଦିଓ ଅନ୍ୟ କୌଣସି ପେଣ୍ଟିଂ ଚୋରି ହୋଇଛି କି ନାହିଁ ସେ ନେଇ ମ୍ୟୁଜିୟମ୍ ପକ୍ଷରୁ ବର୍ତ୍ତମାନ୍ ପର୍ଯ୍ୟନ୍ତ କୌଣସି ବିବରଣୀ ଦିଆଯାଇନାହିଁ । ସୁଚନା ଅନୁଯାୟୀ ମ୍ୟୁଜିୟମ୍ ବନ୍ଦ ହେବା ପୂର୍ବରୁ ଏଠାରେ ‘ମିରର ଅଫ ଦ ସୋଲ’ ନାମକ ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.