Below header

ସାରା ବିଶ୍ୱ ଏବେ କରୋନା ମହାମାରୀର କବଳରେ, ଜାଣନ୍ତୁ ଏପରି ସମୟରେ ବି କେମିତି ଠକିବାର ନୂଆ ଟ୍ରେଣ୍ଡ ଆପଣାଇଛନ୍ତି ଅପରାଧୀ

ନୂଆଦିଲ୍ଲୀ: କରୋନା ମୁକାବିଲା କରୁଛି ସାରା ବିଶ୍ୱ । ଏଭଳି ସ୍ଥିତିରେ ଆରମ୍ଭ ହୋଇଛି କଳାବଜାରୀ । କରୋନା ମହାମାରୀ ଇଣ୍ଟର ପୋଲ ମୁଖ୍ୟ ଜୁରଗନ୍‌ ଷ୍ଟକ୍‌ଙ୍କ ସୂଚନା ଅନୁସାରେ ବିଶ୍ୱରେ ଦେଖାଯାଇଛି ଅପରାଧର ନୂଆ ଟ୍ରେଣ୍ଡ । ମାସ୍କ, ସାନିଟାଇଜର, କରୋନା ସ୍ପ୍ରେ, କରୋନା ମେଡିସିନ୍‌ ଗୁଡିକର ନକଲି ବିକ୍ରି ଆରମ୍ଭ ହୋଇଛି । ସେହିପରି କୋଭିଡ୍‌-୧୯ ଚିକିତ୍ସା ପାଇଁ ମେଡିକାଲ ଇକ୍ୟୁପମେଣ୍ଟ, ଫେକ୍‌ କରୋନା ଟେଷ୍ଟ ବି ବିଶ୍ୱରେ ଦେଖିବାକୁ ମିଳିଛି । ଏନେଇ ସବୁ ଦେଶର ପୋଲିସକୁ ଅବଗତ କରାଯାଇଛି ।

cyberସେହିଭଳି କରେନା ପାଇଁ ସାଇବର କ୍ରାଇମ୍‌ ବି ଦେଖିବାକୁ ମଳିଛି । ଫେକ୍‌ ଫୋନ୍‌ କଲ ସେଣ୍ଟର ବି ଆରମ୍ଭ ହୋଇଛି । ଏଭଳି ପରିସ୍ଥିତିରେ ଫାଇଦା ନେବାକୁ ବସିଛନ୍ତି କିଛି ବ୍ୟକ୍ତି । ଏପରିକି ବରିଷ୍ଠ ନାଗରିକ ମାନଙ୍କୁ ଫେକ୍‌ କଲ ଜରିଆରେ ଫୋନ୍‌ କରାଯାଉଛି । ବିଶେଷ କରି ଯେଉଁ ମାନଙ୍କର ପୁଅ ଝିଅ ବାହାରେ ରହୁଛନ୍ତି, ସେମାନଙ୍କ ପାଖକୁ ଫୋନ୍‌ କରାଯାଉଛି । ବିଭିନ୍ନ ମେଡିକାଲରେ ପୁଅ ଚିକିତ୍ସା ହେଉଥିବା କହି ଟଙ୍କା ମଗାଯାଉଛି । ତେଣୁ ଏହା ଉପରେ ନଜର ରଖିବାକୁ ସବୁ ରାଷ୍ଟ୍ର ପୋଲିସକୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.