Below header

କରୋନାକୁ ଡରି ଭାରତ ନିକଟକୁ ଆସିଲା ପାକିସ୍ତାନ, କହିଲା ଏହି ଭାଇରସ ସହ ସାଙ୍ଗ ହୋଇ ଲଢ଼ିବା

ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱର ପ୍ରାୟ ୧୧୮ଟି ଦେଶରେ ବ୍ୟାପି ସାରିଥିବା କରୋନା ୫ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଛି । ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ଏକ ବିଶ୍ଵ ମହାମାରୀ ବୋଲି ଘୋଷଣା ମଧ୍ୟ କରିସାରିଛି । ଏହା ମଧ୍ୟରେ କରୋନାକୁ ଡରି ପାକିସ୍ତାନ ସଂକେତ ଦେଉଛି ଯେ ଏହି ଭାଇରସ ସହ ଲଢ଼ିବା ପାଇଁ ସେ ଭାରତ ସହ ମିଶି କାମ କରିବାକୁ ଚାଁହୁଛି ।

ସୂଚନା ଅନୁଯାୟୀ ଏକ ପ୍ରେସ କନ୍ଫରେନ୍ସରେ କରୋନା ପାଇଁ ଭାରତ ସହ ମିଶି କାମ କରିବା ପ୍ରଶ୍ନରେ ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟର ପ୍ରବକ୍ତା ଆୟାଶା ଫାରୁକି କହିଥିଲେ ଯେ ପାକିସ୍ତାନ ଏହି ଭାଇରସ କବଳରୁ ମୁକ୍ତି ପାଇବା ପାଇଁ ନିଜ ପଡୋଶୀ ଦେଶ ସହ ମିଶି କାମ କରିବାକୁ ଚାଁହୁଛି । ସେ କହିଥିଲେ ଯେ ପାକିସ୍ତାନ ସରକାର ବହୁତ ସତର୍କତାର ସହ ସ୍ଥିତି ସମୀକ୍ଷା କରୁଛନ୍ତି ଏବଂ ପାକିସ୍ତାନର ନାଗରିକ ମାନଙ୍କ ପାଇଁ ଉଚିତ ପଦକ୍ଷେପ ନିଆଯାଉଛି । ଏହାସହିତ ଆମେ ଆମର ପଡୋଶୀ ଦେଶକୁ କୌଣସି ପ୍ରକାର ସହାୟତା କରିବା ପାଇଁ ରାଜି ଅଛୁ ।

lab

ଏହାସହିତ ସେ କହିଥିଲେ ଯେ ଏହି ଭାଇରସକୁ ରୋକିବା ପାଇଁ ଲୋକମାନଙ୍କୁ ଯଥାସମ୍ଭବ ସାହାଯ୍ୟ କରାଯାଉଛି । ଏହି ଭାଇରସର ସଂକ୍ରମଣକୁ ରୋକିବା ସବୁ ଦେଶର ପ୍ରଥମ ପ୍ରାଥମିକତା ହେବା ଆବଶ୍ୟକ ଏବଂ ଦେଶର ସୀମାରେ ମଧ୍ୟ କରୋନା ପାଇଁ ଉଚିତ ପଦକ୍ଷେପ ନିଆଯାଉଛି । ସୂଚନା ଅନୁଯାୟୀ କରୋନା ଭୟ ସାରା ବିଶ୍ଵକୁ ଆତଙ୍କିତ କରି ରଖିଛି । ଭାରତରେ ମଧ୍ୟ ଏହି ଭାଇରସ ଯୋଗୁଁ ୨ଟି ମୃତ୍ୟୁ ହୋଇସାରିଛି । ତେବେ ଏହି ଭାଇରସର ଏପରି ସଂକ୍ରମଣ ଦେଖି ପାକିସ୍ତାନ ମଧ୍ୟ ବହୁତ ଡରିଯାଇଛି । ଭାରତରେ ଏବେ ପର୍ଯ୍ୟନ୍ତ କରୋନାରେ ୮୨ ଜଣ ସଂକ୍ରମିତ ହୋଇଥିବା ବେଳେ ପାକିସ୍ତାନରେ ମଧ୍ୟ ୨୨ଟି ମାମଲା ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.