ଓଡ଼ିଶାରେ ତୃତୀୟ କରୋନା ଆକ୍ରାନ୍ତ, ଜାଣନ୍ତୁ ତାଙ୍କ ବିଷୟରେ ସମସ୍ତ ତଥ୍ୟ

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ତାଙ୍କର COVID-19 ରିପୋର୍ଟ ପଜେଟିଭ୍‌ ଆସିଛି । ସଂପୃକ୍ତ ଆକ୍ରାନ୍ତ ଜଣକ ଭୁବନେଶ୍ୱର ଅଞ୍ଚଳର । ଆକ୍ରାନ୍ତ ବ୍ୟକ୍ତିଙ୍କ ବୟସ ୬୦ ବର୍ଷ ହେବ । ଏହାପରେ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ସେହି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଖୋଜିବା ଆରମ୍ଭ କରାଯାଇଛି । ତୃତୀୟ କରୋନା ଆକ୍ରାନ୍ତ, ଗତ ୧୦ ତାରିଖରେ ଦିଲ୍ଲୀରୁ ଇଣ୍ଡିଗୋ ବିମାନରେ ଆସି ସଂଧ୍ୟା ୭ଟାରେ ଭୁବନେଶ୍ୱରରେ ପହଞ୍ଚିଥିଲେ।

Coronavirusଗତ ୨୧ ତାରିଖରେ ସେ ଭୁବନେଶ୍ୱର କର କ୍ଲିନିକ୍‌ ଯାଇଥିଲେ । ୨୪ ତାରିଖରେ ଆଇସିୟୁରେ ଗୋଟିଏ ଦିନ ପାଇଁ ରହିଥିଲେ । ଆକ୍ରାନ୍ତ ଜଣଙ୍କ କର କ୍ଲିନିକ୍‌ ଯାଇଥିବାରୁ ସେଠାକୁ ଲୋକଙ୍କୁ ନଯିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ସେହିପରି କର କ୍ଲିନିକ୍‌ର ସମସ୍ତ ଡାକ୍ତର ଓ ନର୍ସଙ୍କୁ ଆଇସୋଲେସନ୍‌ରେ ରହିବା ପାଇଁ କୁହାଯାଇଛି । ପୂର୍ବରୁ ରାଜ୍ୟରେ ଚିହ୍ନଟ ହୋଇଥିବା ଦୁଇ କରୋନା ରୋଗୀଙ୍କ ଚିକିତ୍ସା ଚାଲିଛି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.