Below header

କାରୋନା ଭାଇରସ ମାମଲାରେ ଚୀନ ଏବଂ ଇଟାଲୀକୁ ପଛରେ ପକାଇଲା ଆମେରିକା, ଜାଣନ୍ତୁ କେତେ ରହିଛି ଆକ୍ରତଙ୍କ ସଂଖ୍ୟା

କାରୋନା ଭାଇରସ ଧୀରେ ଧୀରେ ତାର କାୟା ବିସ୍ତାର କରିଚାଲିଛି। ଆମେରିକା ଏହି ମାମଲାରେ ଚୀନ ଆଉ ଇଟାଲୀକୁ ପଛରେ ପକାଇଦେଇଛି। ଆମେରିକାରେ କାରୋନା ଭାଇରସ ଆକ୍ରତଙ୍କ ସଂଖ୍ୟା ୮୨,୪୦୪ରେ ପହଁଚିଛି। ଗୁରୁବାର ଅମେରିକି ସମୟରେ ଏହି ସଂଖ୍ୟା ଗଣନା କରାଯାଇଛି। ରିପୋର୍ଟ ଅନୁଯାଇ ଆମେରିକା କାରୋନା ଭାଇରସ ମାମଲାରେ ଚୀନ ଏବଂ ଇଟାଲୀକୁ ପକାଇଛି। ଅର୍ଥାତ ଏହି ଦୁଇ ଦେଶର ଆକ୍ରାନ୍ତ ସଂଖ୍ୟାକୁ ଅତିକ୍ରମ କରି ଆମେରିକା ଆଗକୁ ଚାଲି ଯାଇଛି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ପ୍ରତି ୫ ଘଣ୍ଟାରୁ ବି କମ ସମୟରେ ୧୦ ହଜାର କେସ ସାମ୍ନାକୁ ଆସୁଛି। ନ୍ୟୁୟର୍କରେ ୩୭,୮୦୨ କେସ ସାମ୍ନାକୁ ଆସିଛି, ଯାହାପରେ ଏହି ସହର କାରୋନା ଭାଇରସର କେନ୍ଦ୍ରବିନ୍ଦୁ ହୋଇଯାଇଛି। ନ୍ୟୁ ଜର୍ସିରେ ୬,୮୭୬ ଏବଂ କାଲିଫର୍ଣ୍ଣିଆରେ ୩,୮୦୨ ମାମଲା ସାମ୍ନାକୁ ଆସିଛି। ସାରା ଦେଶରେ କାରୋନା ଭାଇରସର ୫୨୬,୦୪୪ ମାମଲା ସାମ୍ନାକୁ ଆସଥିବାବେଳେ ଏହାଦ୍ୱାରା ୨୩,୭୦୯ ଜଣଙ୍କ ମୃତ୍ୟୁ ହୋଇସାରିଛି।

kitଆମେରିକାରେ କାରୋନା ଭାଇରସ କାରଣରୁ ଏବେ ପର୍ଯ୍ୟନ୍ତ ୧୧୭୮ ଜଣ ଲୋକଙ୍କର ମୃତ୍ୟୁ ହୋଇସାରିଛି। ସେହିପରି ନ୍ୟୁୟର୍କରେ ୨୮୧ ଏବଂ କିଙ୍ଗ କାଉଁଟିରେ ୧୦୦ ଜଣଙ୍କର ଚିକିତ୍ସା ଚାଲୁଛି। ଜନ ହାପକୀନ୍ସ ୟୁନିଭର୍ସିଟିର ସଂଖ୍ୟା ଅନୁଯାଇ ଚୀନରେ ଗୁରୁବାର ସନ୍ଧ୍ୟା ୬ ପର୍ଯ୍ୟନ୍ତ ୮୨,୦୩୪ ମାମଲା ସାମ୍ନାକୁ ଆସିଥିଲା।

ଆମେରିକାରେ ଘାତକ କାରୋନା ଭାଇରସ ମାମଲା ଲଗାତାର ବଢିବା କାରଣରୁ ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପ ଏହି ବିଶ୍ଵ ମହାମାରୀ ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ନ୍ୟୁୟର୍କ ସମେତ ଅନ୍ୟ ରାଜ୍ୟ ପାଇଁ ଜନ ସ୍ଵାସ୍ଥ୍ୟ ସମ୍ବଧିୟ ବଡ ଘୋଷଣାକୁ ମଞ୍ଜୁରୀ ଦେଇଛନ୍ତି। ରାଷ୍ଟ୍ରୀୟ ଜରୁରୀକାଳୀନ ଘୋଷଣା କରାଯିବା ସହିତ ରାଷ୍ଟ୍ରପତି ନ୍ୟୁୟର୍କ, କାଲିଫର୍ଣ୍ଣିଆ, ଲୁଇସିଆନା, ନର୍ଥ କରଲେନା, ଟେକ୍ସସ ଏବଂ ଫ୍ଲୋରିଡା ପାଇଁ ପ୍ରମୁଖ ସୁବିଧା ଘୋଷଣା କରିଛନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ନ୍ୟୁୟର୍କ ସହର ଏହି ଦେଶର କୋବିଡ଼ ୧୯ର କେନ୍ଦ୍ରବିନ୍ଦୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.