Below header

ଆନ୍ଧ୍ରପ୍ରଦେଶ ବର୍ଡର ଠାରୁ ୧୬କିଲୋମିଟର ଦୂର ଏକ ଜଙ୍ଗଲିଆ ସ୍ଥାନରେ ଫସିରହିଛନ୍ତି ୧୨ଜଣ ଓଡିଆ ଶ୍ରମିକ, ଉଦ୍ଧାର ପାଇଁ ଭିଡିଓରେ କଲେ ନିବେଦନ

ଗଂଜାମ : ନିଜ କର୍ମସ୍ଥଳୀକୁ ଫେରିପାରୁଛନ୍ତି ନା ନିଜ ଭିଟାମାଟିକୁ ଆସିପାରୁଛନ୍ତି । ମଝି ରାସ୍ତାରେ ଫସିରହିଛନ୍ତି ଓଡିଆ ଶ୍ରମିକ । ଏବେ ପୋଲିସ ଭୟରେ ଅଧାରାସ୍ତାରେ ଜଙ୍ଗଲିଆ ଅଞ୍ଚଳରେ ଲୁଚିରହିଛନ୍ତି ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ମେଣ୍ଟପୁର ଗାଁର ୧୨ଜଣ ଦାଦନ ଶ୍ରମିକ । ସମସ୍ତ ୧୨ଜଣ ତାମିଲନାଡୁ ଯାଇଥିଲେ । ସେମାନେ ଏନେଇ ଏକ ଭିଡିଓରେ ବାର୍ତ୍ତା ଦେବା ସହିତ ଗଂଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ହାତଲେଖା ଚିଠି ମାଧ୍ୟମରେ ସୂଚନା ଦେଇଛନ୍ତି ।

କରୋନା କଟକଣା ଯୋଗୁଁ ସେମାନେ ପ୍ରଥମେ ତାମିଲନାଡୁରୁ ଚେନ୍ନାଇ ଆସୁଥିଲେ । ହେଲେ ଲକ୍‌ଡାଉନ୍‌ ଘୋଷଣା ହେବା ପରେ ସେମାନେ ଆଉ ଗାଁକୁ ଫେରିପାରୁନାହାନ୍ତି । ଆନ୍ଧ୍ରପ୍ରଦେଶ ବର୍ଡର ଠାରୁ ୧୬କିଲୋମିଟର ଦୂର ଏକ ଜଙ୍ଗଲିଆ ସ୍ଥାନରେ ସେମାନେ ଏବେ ଫସିରହିଛନ୍ତି । ଏହି ଖବର ଏବେ ଗାଁରେ ପହଞ୍ଚିବା ପରେ ପରିବାର ଲୋକେ ଆତଙ୍କିତ ହୋଇପଡିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.