ଜି-20 ଭର୍‌ଚୁଆଲ ସମ୍ମିଟ୍‌ରେ ଭାଇରସ ଆଲୋଚନା: ଆର୍ଥିକ ଟାର୍ଗେଟ୍‌ ନୁହେଁ, ମାନବ ସଭ୍ୟତା ଉପରେ ଗୁରୁତ୍ୱ ଦିଆଯାଉ ବୋଲି କହିଲେ ମୋଦି

ଜି-20 ଭର୍‌ଚୁଆଲ ସମ୍ମିଟ୍‌ରେ ଭାଇରସ ଆଲୋଚନା। ଏଥିରେ ଭାଗ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଶ୍ୱ ମହାମାରୀର ମୁକାବିଲା ପାଇଁ ଏକ ସମନ୍ଵିତ ପଦକ୍ଷେପ ଉପରେ ଗୁରୁତ୍ୱ ଦେଇଛନ୍ତି। ଆର୍ଥିକ ଟାର୍ଗେଟ୍‌ ନୁହେଁ, ମାନବ ସଭ୍ୟତା ଉପରେ ଗୁରୁତ୍ୱ ଦିଆଯାଉ ବୋଲି କହିଥିଲେ ମୋଦି। ସେହିଭଳି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO ର ପୁନର୍ଗଠନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। କରୋନା ମୁକାବିଲା ପାଇଁ ଜି-୨୦ ରାଷ୍ଟ୍ରମାନଙ୍କ ପକ୍ଷରୁ ୫ଲକ୍ଷ କୋଟି ଡଲାର ପ୍ୟାକେଜ ଘୋଷଣା କରାଯାଇଛି।

ଜି-୨୦ ଦେଶମାନେ ଭିଡିଓ କନଫରେନ୍ସ ମାଧ୍ୟମରେ ସ୍ଥିତିର ସମୀକ୍ଷା କରିବା ସହ ୫ଲକ୍ଷ କୋଟି ଡଲାର ସହାୟତା ପ୍ୟାକେଜ ପାଇଁ ଏକମତ ହୋଇଛନ୍ତି। ଏହା ସହ ମିଳିତ ଭାବେ ବିଶ୍ୱଅର୍ଥନୀତିକୁ ମାନ୍ଦାବସ୍ଥାରୁ ଉଦ୍ଧାର କରିବାକୁ ତଥା ବଜାରରେ ଭରସା ଓ ସ୍ଥିରତା ଫେରାଇଆଣିବା ନେଇ ଆଲୋଚନା ହୋଇଛି। ମହାମାରୀ କରୋନା ବିରୋଧରେ ମିଳିତ ଲଢେଇ ପାଇଁ ଜି-୨୦ ରାଷ୍ଟ୍ର ସମୂହ ପ୍ରତିଶ୍ରୁତିବଦ୍ଧ ବୋଲି କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.