କରୋନା ସହ ଲଢ଼ିବା ପାଇଁ ଆଗକୁ ବାହାରିଲେ ବାହୁବଳୀ ଷ୍ଟାର ପ୍ରଭାସ, ସିଏମ ରିଲିଫ ଫଣ୍ଡକୁ ଦାନ କଲେ 1 କୋଟି !

କରୋନା ଭାଇରସ ସହ ଲଢ଼ିବା ପାଇଁ 21 ଦିନର ଲକଡାଉନ ପରେ ଏବେ ଫିଲ୍ମ ଇଣ୍ଡଷ୍ଟ୍ରିର ଷ୍ଟାରମାନେ ସାହାଯ୍ୟ ପାଇଁ ଆଗକୁ ବାହାରିଛନ୍ତି । କିଛି ସାଉଥ ସେଲିବ୍ରିଟିମାନେ ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଡୋନେଟ କରିଛନ୍ତି । ପବନ କଲ୍ୟାଣ, ଚିରଞ୍ଜୀବ, ରଜନୀକାନ୍ତ ଓ ନିତିନଙ୍କ ଭଳି ଷ୍ଟାରମାନେ ସୋସିଆଲ ମିଡିଆରେ ଡୋନେସନକୁ ନେଇ ଘୋଷଣା କରିସାରିଛନ୍ତି ।

ସୁପରଷ୍ଟାର ମହେଶ ବାବୁ ମଧ୍ୟ 1 କୋଟି ଟଙ୍କା ଦେଉଥିବା ନେଇ ଘୋଷଣା କରିଥିଲେ । ଆଉ ଏବେ ଏଥିରେ ଯୋଡି ହୋଇଛନ୍ତି ଆକ୍ଟର ପ୍ରଭାସ। କରୋନା ମହାମାରୀର ମୁକାବିଲା ପାଇଁ ବାହୁବଳୀ ଷ୍ଟାର ପ୍ରଭାସ ତେଲେଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶ ସିଏମ ରିଲିଫ ଫଣ୍ଡକୁ 1 କୋଟି ଟଙ୍କା ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.