Below header

କରୋନା ଭ୍ୟାକ୍‌ସିନ୍‌ ସମ୍ପର୍କରେ ଋଷର ଦାବି, ବର୍ଷ ଶେଷ ସୁଦ୍ଧା ୧୦୦ କୋଟି ଲୋକଙ୍କୁ ମିଳିବ କରୋନା ଭ୍ୟାକ୍‌ସିନ୍‌ ‘ସ୍ପୁତିନିକ-ଭି’

କରୋନା ଭ୍ୟାକ୍‌ସିନ୍‌ର ପ୍ରତିକ୍ଷା ସାରା ବିଶ୍ୱକୁ ରହିଛି । ଅଧିକାଂଶ ଦେଶ କରୋନା ଭ୍ୟାକ୍‌ସିନ୍‌ ପ୍ରସ୍ତୁତିର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଋଷ ତା’ର ନାଗରିକଙ୍କୁ ଭ୍ୟାକ୍‌ସିନ୍‌ ଦେବା ଆରମ୍ଭ କରିଦେଇଛି । ମିଳିଥିବା ସୂଚନାନୁଯାୟୀ ବର୍ତ୍ତମାନ ବିଶ୍ୱର ପ୍ରଥମ ଭ୍ୟାକ୍‌ସିନ୍‌ ଭାବେ ଋଷର ‘ସ୍ପୁତନିକ-ଭି’ ସାଧାରଣ ନାଗରିକଙ୍କ ପାଇଁ ଜାରି କରାଯାଇଛି ।

RUSSIA VACCINE

ଏକ ରିପୋର୍ଟ ଅନୁଯାୟୀ ଏବେ ଋଷ ଘୋଷଣା କରିଛି ଯେ ୨୦୨୦-୨୧ ଭିତରେ ୧ ବିଲିୟନ ଅର୍ଥାତ ୧ କୋଟିରୁ ଅଧିକ ଲୋକଙ୍କୁ ଭ୍ୟାକ୍‌ସିନ୍‌ ଦିଆଯିବ । ବ୍ରାଜିଲ୍‌ ଓ କାଜାକିସ୍ତାନ ପ୍ରାୟ ୨୦ ଲକ୍ଷରୁ ୫୦ ଲକ୍ଷ ଭ୍ୟାକ୍‌ସିନ ନେବା ପାଇଁ ଋଷ ସହ ଏକ ଚୁକ୍ତି କରିଛି । ଭାରତ ମଧ୍ୟ ଋଷରୁ ୩୦ କୋଟି ଭ୍ୟାକ୍‌ସିନ୍‌ ଉତ୍ପାଦନ କରିବ ବୋଲି କହିଛି ।

RUSSIA VACCINE.JPG-0

ଏହି ମାସ ଭାରତରେ ଋଷର ଏହି ଭ୍ୟାକ୍‌ସିନ୍‌ର ଟ୍ରାଏଲ୍‌ କରାଯିବ । ଖାଲି ଭାରତ ନୁହେଁ ୟୁଏଇ, ସାଉଦୀ ଆରବ, ଫିଲିପାଇନ୍ସ ଓ ବ୍ରାଜିଲ୍‌ ଭଳି ଦେଶରେ ମଧ୍ୟ ଏହି ମାସ ଋଷ ଭ୍ୟାକ୍‌ସିନ୍‌ର ଟ୍ରାଏଲ୍‌ ଆରମ୍ଭ ହେବ । ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁତନୀ ଅଗଷ୍ଟ ୧୧ରେ ‘ସ୍ପୁତିନିକ-ଭି’ ଭ୍ୟାକ୍‌ସିନ୍‌ ଲଞ୍ଚ କରିଥିଲେ । ଏହି ଭ୍ୟାକ୍‌ସିନ୍‌ ସୁରକ୍ଷିତ ବୋଲି ସାରା ବିଶ୍ୱକୁ ଜଣାଇବା ସହ ନିଜ ଝିଅ ମଧ୍ୟ ଏହି ଭ୍ୟାକ୍‌ସିନ୍‌ ନେଇଥିବା ପ୍ରକାଶ କରିଥିଲେ ।

ଏହି ଭ୍ୟାକ୍‌ସିନକୁ ମସ୍କୋ ଗମେଲିୟା ଇନ୍‌ଷ୍ଟିଚ୍ୟୁଟ୍‌ ବିକଶିତ କରିଛି । ଏହି ଭ୍ୟାକ୍‌ସିନ୍‌ର ଲୋକଙ୍କ ଉପରେ କୈାଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.