‘ପଶ୍ଚିମବଙ୍ଗର ଝିଅ’ ରିୟା ଚକ୍ରବର୍ତ୍ତୀଙ୍କୁ କଂଗ୍ରେସର ସମର୍ଥନ, କୋଲକାତା ରାସ୍ତାରେ ବାହାରିଲା ବିରାଟ ର‍୍ୟାଲି

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ କନେକସନ୍‌ ଅଭିଯୋଗରେ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ସମର୍ଥନରେ ଶନିବାର କଂଗ୍ରେସ ତରଫରୁ କୋଲକାତାରେ ର‍୍ୟାଲି ବାହାର କରାଯାଇଛି। ରିୟା ପଶ୍ଚିମବଙ୍ଗର ବାସିନ୍ଦା ହୋଇଥିବାରୁ ତାଙ୍କୁ ସମର୍ଥନ ଜଣାଇ ରାଜ୍ୟ କଂଗ୍ରେସ କମିଟି ତରଫରୁ ଏହି ବିରୋଧ ପ୍ରଦର୍ଶନ କରାଯାଇଥିଲା। ରିୟାଙ୍କୁ ବଙ୍ଗର ଝିଅ ବୋଲି ସମ୍ବୋଧିତ କରି କଂଗ୍ରେସ ଟ୍ଵିଟ୍‌ କରିଛି ଯେ ତାଙ୍କ ବିରୋଧରେ ପ୍ରତିଶୋଧାତ୍ମକ ବ୍ୟବହାରକୁ ଆଦୌ ବରଦାସ୍ତ କରାଯିବ ନାହିଁ।

ପାର୍ଟି ତରଫରୁ ଟ୍ଵିଟ୍‌ କରି କୁହାଯାଇଛି ପଶ୍ଚିମବଙ୍ଗ କଂଗ୍ରେସର ଅଧ୍ୟକ୍ଷ ଅଧୀର ଚୌଧୁରୀଙ୍କ ନିର୍ଦ୍ଦେଶରେ ପ୍ରାନ୍ତୀୟ କଂଗ୍ରେସ କାର୍ଯ୍ୟାଳୟରୁ ବେଲିଙ୍ଗଟନ୍‌ ଜଙ୍କସନ୍‌ ପର୍ଯ୍ୟନ୍ତ ବିରୋଧ ର‍୍ୟାଲି ବାହାରିଥିଲା।

ସୂଚନାଯୋଗ୍ୟ ଯେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟାଙ୍କୁ ଜେରା କରାଯାଇଥିଲା। ଜେରା ବେଳେ ରିୟା ଚକ୍ରବର୍ତ୍ତୀଙ୍କ ଡ୍ରଗ୍ସ କନେକସନ୍‌ ଥିବା ଜଣାପଡ଼ିଥିଲା। ଏଣୁ ଏନ୍‌ସିବି ରିୟାଙ୍କୁ ଗିରଫ କରିଛି। ରିୟା ଏବେ ମୁମ୍ବାଇର ଭାୟଖଲା ଜେଲରେ ଅଛନ୍ତି। ଶୁକ୍ରବାର କୋର୍ଟ ରିୟାଙ୍କ ଜାମିନ୍‌ ଆବେଦନକୁ ଖାରଜ କରିଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.