ଝିଅକୁ ମନେ ପକାଇ ଭାବପ୍ରବଣ ହେଲେ କ୍ରିକେଟର ମହମ୍ମଦ ଶାମି, କହିଲେ ଏମିତି କଥା

ଆଇପିଏଲ ଆରମ୍ଭ ହେବାକୁ ମାତ୍ର ୬ ଦିନ ବାକି। ଏଥର ଟିମ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମି ଫୁଲ ଦମରେ ଅଛନ୍ତି। ଆଇପିଏଲ ପରେ ଶାମି ଭାରତୀୟ ଟିମଙ୍କ ସହିତ ଅଷ୍ଟ୍ରେଲିଆ ଗସ୍ତ କରିବେ। ତେବେ ଶାମି ନିଜ ଝିଅ ଆଇରାଙ୍କୁ ନେଇ ଭାବୁକ ହୋଇପଡିଛନ୍ତି। ସେ କହିଛନ୍ତି, ମୋତେ ମୋ ଝିଅ କଥା ବହୁତ ମନେ ପଡ଼ୁଛି। ବର୍ତ୍ତମାନ ଶାମି ୟୁଏଇରେ ଆଇପିଏଲ ପ୍ରସ୍ତୁତିରେ ଲାଗିଛନ୍ତି। ସେପଟେ ଝିଅର କଥା ମନେ ପଡିବାରୁ ସେ ଆବେଗପ୍ରବଣ ହୋଇପଡିଛନ୍ତି।

ww

ତାଙ୍କ ଝିଅ ଆଇରା ତା’ ମା’ ଅର୍ଥାତ ଶାମିଙ୍କ ପୂର୍ବତନ ସ୍ତ୍ରୀ ହସିନ ଜହାଆଁଙ୍କ ସହିତ ରହୁଛି। ଶାମି କହିଛନ୍ତି, ‘ମୁଁ ଲକଡାଉନ ଝିଅକୁ ଭେଟିପାରିଲି ନାହିଁ। ସେ ଦିନକୁ ଦିନ ବଡ଼ ହୋଇ ଯାଉଛି। ମୋତେ ତା’ର ଅନୁପସ୍ଥିତ ଅନୁଭବ ହେଉଛି’। ଗତ ସିଜିନରେ ଟିମର ପ୍ରମୁଖ ବୋଲର ଥିବା ଆର ଅଶ୍ୱିନୀ ଦିଲ୍ଲୀ କ୍ୟାପିଟାଲ ସହ ଯୋଡି ହେବା ଯୋଗୁ ଏପଟେ ଶାମିଙ୍କ ଦାୟିତ୍ୱବୋଧ ବଢିବ ଏବଂ ସେ ଏହି ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.