Below header

ଏମ୍ସ ଡାଇରେକ୍ଟର କହିଲେ, କରୋନା ଟିକା ପାଇଁ ସାଧାରଣ ଲୋକଙ୍କୁ ୨୦୨୨ ପର୍ଯ୍ୟନ୍ତ କରିବାକୁ ପଡିବ ଅପେକ୍ଷା

ନୂଆଦିଲ୍ଲୀ : ୨୦୨୨ ପୂର୍ବରୁ ସାଧାରଣ ଲୋକଙ୍କୁ ଟିକା ମିଳିବାର ଆଶା ନାହିଁ । ତେଣୁ ଲୋକଙ୍କୁ ୨୦୨୨ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ବୋଲି ଦିଲ୍ଲୀ ସ୍ଥିତି ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା(ଏମ୍ସ) ର ନିର୍ଦ୍ଦେଶକ ଓ କୋଭିଡ ୧୯ ପାଇଁ ଗଠିତ ନେସ୍‌ନାଲ୍‌ ଟାକ୍ସଫୋର୍ସ ସଦସ୍ୟ ଡା. ରଣଦୀପ ଗୁଲେରିଆ ରବିବାର ପ୍ରକାଶ କରିଛନ୍ତି ।

cv-1

ଭାରତୀୟ ବଜାରରେ କୋଭିଡ୍‌ ଟିକା ଉପଲବ୍ଧ ହେବା ପାଇଁ ଏକ ବର୍ଷରୁ ଅଧିକ ସମୟ ଲାଗିବ । କାରଣ ଭାରତର ଜନସଂଖ୍ୟା ବହୁତ ଅଧିକ । ତେଣୁ ଏକକାଳୀନ ସମସ୍ତଙ୍କ ପାଇଁ ଟିକା ଉପଲବ୍ଧ ହେବା ସହଜ ନୁହେଁ । ତେଣୁ ୨୦୨୧ ଶେଷ କିମ୍ବା ୨୦୨୨ ପ୍ରାରମ୍ଭରେ କୋଭିଡ ଟିକା ସମସ୍ତଙ୍କୁ ମିଳିବା ସମ୍ଭବ ହୋଇପାରେ ।

ଦେଶରେ ଏପର୍ଯ୍ୟନ୍ତ ୮୫,୦୭,୭୫୪ ବ୍ୟକ୍ତି କରୋନା ସଂକ୍ରମିତ ଅଛନ୍ତି । ସେମାନଙ୍କ ମଧ୍ୟରୁ ୭୮,୬୮,୯୬୮ ରୋଗୀ ସୁସ୍ଥ ହୋଇଥିବା ବେଳେ ୧,୨୬,୧୨୧ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ଦେଶରେ ୫,୧୨,୬୬୫ ଜଣ କରୋନା ରୋଗୀ ସକ୍ରିୟ ଅଛନ୍ତି । ଖୁବ୍‌ ଶୀଘ୍ର ଦେଶରେ ସମସ୍ତଙ୍କୁ ଟିକା ମିଳିବା ନେଇ ଯେଉଁ ଆଶା ସଂଚାର ହୋଇଥିଲା ତାହା ସମ୍ଭବ ନୁହେଁ ବୋଲି ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.