Below header

କରୋନା ଲଢ଼େଇ ପାଇଁ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୋଦି, ଲକ୍‌ଡାଉନ୍‌-୪ କଥା କହିଲେ

କରୋନା ସଂକଟ ସାରା ଦେଶକୁ ଭୀଷଣ ଭାବେ ପ୍ରଭାବିତ କରିଛି । ବିଶେଷ ଭାବେ ଗରିବ ଜନତା ଓ କୃଷକ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି । ତେବେ ଭାରତ ଏକବିଂଶ ଶତାବ୍ଦୀରେ ଆତ୍ମନିର୍ଭରଶୀଳ ହେବ । ଆମ ସ୍ୱପ୍ନ ହେଉଛି ଆମର ଦାୟିତ୍ୱ । ବର୍ତ୍ତମାନର ସ୍ଥିତି ହିଁ ଆମକୁ ଆତ୍ମନିର୍ଭର କରାଇବ । ଆଜି ରାତି ୮ଟା ସମ୍ବୋଧନ ବେଳେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ସେ କରୋନା ମୁକାବିଲା ପାଇଁ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି । ଚଳିତ ବର୍ଷ ପାଇଁ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଘୋଷଣା କରିବା ସହ ‘ଆତ୍ମ ନିର୍ଭର ଭାରତ ଅଭିଯାନ’ ପାଇଁ ଏହା କାର‌୍ୟ୍ୟ କରିବ ବୋଲି ସେ କହିଛନ୍ତି । ଯାହା ଭାରତ ଜିଡିପିର ୧୦ ପ୍ରତିଶତ । ଶ୍ରମିକ, କୁଟୀର ଶିଳ୍ପ, କୃଷକ ମଧ୍ୟବିତ୍ତଙ୍କ ପାଇଁ ଏହି ଅର୍ଥ ଖର୍ଚ୍ଚ ହେବ ।

ଆତ୍ମନିର୍ଭର ଭାରତର ସଂକଳ୍ପ ଆମ ବିକାଶର ମଜଭୂତ ଆଧାର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆତ୍ମ ନିର୍ଭରଶୀଳ ଭାରତ ପାଇଁ ଗ୍ଲୋବାଲ ନୁହଁ ଲୋକାଲ ହେବାକୁ ଆହ୍ଵାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ। କହିଛନ୍ତି ଆଜିଠାରୁ ଲୋକାଲ ପ୍ରଡକ୍ଟ ନେଇ ଭୋକାଲ ହୁଅ। ସ୍ଥାନୀୟ ସମାଗ୍ରୀ କିଣ ଓ ଏହାର ପ୍ରଚାର କର।

ଲକ୍‌ଡାଉନ୍‌-୪କୁ ନେଇ କଣ କହିଲେ ମୋଦି

ଲକ୍‌ଡାଉନ୍‌-୪ ନୂଆ ନିୟମ ସହ ନୂଆ ପ୍ରକାରର ହେବ । ତେବେ ଏହା ରାଜ୍ୟମାନଙ୍କ ସହମତିରେ କରାଯିବ । ମେ ୧୮ ପୂର୍ବରୁ ଏହି ନିୟମ ସମ୍ପର୍କରେ ଜଣାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । କାରଣ ମେ ୧୭ରେ ଶେଷ ହେବ ଲକ୍‌ଡାଉନ୍‌-୩ ।
କରୋନା ପରିସ୍ଥିତିି ଆରମ୍ଭ ହେଲା ଦିନରୁ ଏହାକୁ ମିଶାଇ ୧୨ଥର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.