ଚୀନ୍‌କୁ ଏକ ଘରିଆ କରିବାକୁ ଆରମ୍ଭ ହେଲା ରଣନୀତି, ଭାରତ ସମେତ ୭ ଦେଶର ବୈଦେଶିକ ମନ୍ତ୍ରଙ୍କ ସହ ଆଲୋଚନା କଲା ଆମେରିକା

ନୂଆଦିଲ୍ଲୀ : କରୋନା ଭାଇରସ୍‌କୁ ନେଇ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍‌ ପାମ୍ପିୟୋ ଭାରତ ସମେତ ୭ ଦେଶର ବୈଦେଶିକ ମନ୍ତ୍ରୀଙ୍କ ସହ ଭିଡ଼ିଓ କନ୍‌ଫରେନ୍ସ ମାଧ୍ୟମରେ ଆଲୋଚନା କରିଛନ୍ତି ।

ଆଲୋଚନାରେ ଭାଗ ନେଇଥିବା ଦେଶ ମଧ୍ୟରେ ଭାରତ ସହ ଅଷ୍ଟ୍ରେଲିଆ, ଜାପାନ,ବ୍ରାଜିଲ୍‌, ଇଜ୍ରାଏଲ୍‌ ଓ ସାଉଥ୍‌ କୋରିଆ ସାମିଲ୍‌ ହୋଇଥିଲେ । ପ୍ରାୟ ୭୫ ମିନଟ୍‌ ଧରି ଭିଡ଼ିଓ କନ୍‌ଫରେନ୍ସ ଜରିଆରେ ଆଲୋଚନା ଚାଲିଥିଲା ।

ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍‌ ପାମ୍ପିୟୋ ସୋମବାର ସନ୍ଧ୍ୟାରେ କରୋନା ଭାଇରସ୍‌ ମହାମାରୀ ଯୋଗୁ ଅର୍ଥ ବ୍ୟବସ୍ଥା ଉପରେ ପଡ଼ିଥିବା ପ୍ରଭାବ ଓ ଆସୁଥିବା କଠିନ ସମୟ ଉପରେ ଆଲୋଚନା କରିଥିଲେ ।

ଏହି ଭିଡ଼ିଓ କନ୍‌ଫରେନ୍ସକୁ ଅନ୍‌ଲାଇନ୍‌ କୁଟନୈତିକ ଆଲୋଚନା ବୋଲି କୁହାଯାଉଛି । ଆଲୋଚନାରେ ଟ୍ରମ୍ପ ପ୍ରଶାସନ ଚୀନ୍‌କୁ ସପ୍ଲାଇ ଚେନ୍‌ ବାହାରେ ରଖି କାମ କରିବାକୁ ମତ ଦେଇଛନ୍ତି ।

ଏଥି ସହ ସମସ୍ତ ସହଯୋଗୀ ରାଷ୍ଟ୍ର ମିଳିମିଶି କାମ କରିବା ସହ ଜଣେ ଅନ୍ୟ ଜଣକୁ ସହଯୋଗ କରିବାକୁ ଏକମତ ହୋଇଥିଲେ । ଭାରତ ପକ୍ଷରୁ ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ଯୋଗ ଦେଇଥିଲେ ।

ଆଲୋଚନାରେ ମହାମାରୀ ସହ ଲଢ଼ିବାର କୈାଶଳ, ଗ୍ଲୋବାଲ୍‌ ହେଲ୍ଥ ମ୍ୟାନେଜମେଣ୍ଟ, ମେଡିକାଲ୍‌ କୋପରେସନ୍‌ ଓ ଆର୍ଥିକ ପୁନୋରୁଦ୍ଧାର ସମ୍ପର୍କରେ ଆଲୋଚନା ହୋଇଥିବା ମନ୍ତ୍ରୀ ଜୟଶଙ୍କର କହିଥିଲେ । ଏହି ଆଲୋଚନାରେ ମୁଖ୍ୟତଃ ଚୀନ୍‌କୁ ଅଲଗା ରଖିବାକୁ କୁଟନୈତିକ ପ୍ରଚେଷ୍ଟା ହୋଇଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.