Below header

ଆସିଲା ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ କରୋନା ରିପୋର୍ଟ, କହିଲେ ଆସନ୍ତା ୮ ସପ୍ତାହ ଅତ୍ୟନ୍ତ ସଙ୍କଟଜନକ

ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ କରୋନା ଟେଷ୍ଟ କରାଯାଇଛି । ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି । ୨୪ ଘଣ୍ଟାରୁ କମ୍‌ ସମୟ ମଧ୍ୟରେ ଟ୍ରମ୍ପଙ୍କ ରିପୋର୍ଟ ଆସିଛି । ବ୍ରାଜିଲ ରାଷ୍ଟ୍ରପତିଙ୍କ ପ୍ରେସ୍‌ ସେକ୍ରେଟାରୀଙ୍କୁ ଭେଟିବା ପରେ ତାଙ୍କ କରୋନା ଟେଷ୍ଟ କରିବା ନେଇ କୁହାଯାଇଥିଲା । ପ୍ରେସ୍‌ ସେକ୍ରେଟାରୀଙ୍କ କରୋନା ରିପୋର୍ଟ ପଜେଟିଭ୍‌ ଆସିଛି । ହ୍ଵାଇଟ୍‌ ହାଉସ୍‌ରେ ସାମ୍ବାଦିକଙ୍କୁ ସମ୍ବୋଧିତ କରି ଟ୍ରମ୍ପ କହିଛନ୍ତି, ତାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିଛି । ତାଙ୍କ ଟେମ୍ପ୍ରେଚର ଚେକ୍‌ କରାଯାଇଥିବା ମଧ୍ୟ ଟ୍ରମ୍ପ ସୂଚନା ଦେଇଛନ୍ତି । ତାଙ୍କ ଟେମ୍ପ୍ରେଚର ସାମାନ୍ୟ ଥିବା କହିଛନ୍ତି ଟ୍ରମ୍ପ ।

କରୋନା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି ନେଇଛନ୍ତି । ଆମେରିକାରେ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି । ରାଜ୍ୟ ଗୁଡ଼ିକୁ ଏହି ମହାମାରୀରୁ ରକ୍ଷା ପାଇବା ପାଇଁ ୫୦ ମିଲିୟନ ଡଲାର ମଞ୍ଜୁର କରିଛନ୍ତି । ଆମେରିକାର କେନ୍ଦ୍ରୀୟ, କ୍ଷେତ୍ରୀୟ ଓ ସ୍ଥାନୀୟ ସଂସ୍ଥା କରୋନା ପାଇଁ ଏହି ଅର୍ଥ ବ୍ୟବହାର କରିପାରିବେ । ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଆସନ୍ତା ୮ ସପ୍ତାହ ଅତ୍ୟନ୍ତ ସଙ୍କଟଜନକ ବୋଲି କହିଛନ୍ତି । କରୋନା ଆମେରିକାରେ ୪୯ଟି ରାଜ୍ୟରେ ପହଞ୍ଚି ସାରିଛି । ନ୍ୟୁୟର୍କ ଓ ଓ୍ଵାଶିଂଟନ ସବୁଠୁ ଅଧିକ ପ୍ରଭାବିତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.