Below header

ଜରୁରୀ ଖବର : ପର୍ଯ୍ୟଟକଙ୍କୁ ମନା ହେଲା ପୁରୀ, ଟୁରିଷ୍ଟ ବସରେ ଦର୍ଶନୀୟ ସ୍ଥାନ ଯିବା ଉପରେ ଲାଗିଛି କଟକଣା

ପୁରୀ (କେନ୍ୟୁଜ୍) : ପର୍ଯ୍ୟଟକଙ୍କୁ ପୁରୀ ମନା । ୩୧ ତାରିଖ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରକୁ ପର୍ଯ୍ୟଟକଙ୍କ ଗସ୍ତ ଉପରେ କଟକଣା ଜାରି ହୋଇଛି । ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟରେ ଟ୍ରାଭେଲ୍‌ ଏଜେନ୍ସୀ ଓ ଟୁର୍‌ ଅପରେଟରଙ୍କ ସହ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା । ପୁରୀରୁ ସାତପଡ଼ା, ଭୁବନେଶ୍ୱର, ଚନ୍ଦ୍ରଭାଗା, କୋଣାର୍କ ଓ କାକଟପୁର ରୁଟରେ ଚଳାଚଳ କରୁଥିବା ସମସ୍ତ ଟୁରିଷ୍ଟ ବସକୁ ବାତିଲ କରାଯାଇଛି । ଦଳଗତ ଭାବେ ପର୍ଯ୍ୟଟକ ଟୁରିଷ୍ଟ ବସରେ ଦର୍ଶନୀୟ ସ୍ଥାନ ଯିବା ଉପରେ ଲାଗିଛି କଟକଣା । ହୋଟେଲ୍‌ କିମ୍ବା ଲଜ୍‌ରେ ରହୁଥିବା ପେୟିଂ ଗେଷ୍ଟଙ୍କ ସମ୍ପର୍କରେ ସୂଚନା ଦେବା ସହ ସନ୍ଦିଗ୍ଧଙ୍କ ସମ୍ପର୍କରେ ପୋଲିସ ଓ ପର୍ଯ୍ୟଟନ ବିଭାଗକୁ ଜଣାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦେଶର ଖିଲାପ କଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ପ୍ରତିବର୍ଷ ଏହି ସିଜିନରେ ପ୍ରତିଦିନି ପୁରୀରୁ ପ୍ରାୟ ୮ଶହ ପର୍ଯ୍ୟଟକ ବିଭିନ୍ନ ପର୍ଯ୍ୟଟନ ସ୍ଥାନ ବୁଲି ଦେଖି ଥାଆନ୍ତି । କରୋନା କଟକଣା ଦ୍ୱାରା ଏହା ପ୍ରଭାବିତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.